ନୋ-ବଲ୍‌କୁ ନେଇ ଗଣ୍ଡଗୋଳ, ଯୁବକଙ୍କ କାନ କାଟିଦେଲେ ସାଥି ଖେଳାଳି

Published By : Prameya-News7 Bureau | January 28, 2021 IST

ଲକ୍ଷ୍ନୌ, ୨୮/୧: ଉତ୍ତରପ୍ରଦେଶର ବାରାବଙ୍କି ଅଞ୍ଚଳରେ ଏକ କ୍ରିକେଟ୍ ମ୍ୟାଚ୍ ରେ ନୋ-ବଲ୍ କୁ ନେଇ ଦୁଇ ଟିମ୍ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି । ହାର-ଜିତ୍ ପାଇଁ କ୍ରିକେଟ୍ ମଇଦାନ ରଣଭୂମି ପାଲଟି ଯାଇଛି । ବିବାଦ ଏତେ ବଢ଼ି ଯାଇଥିଲା ଯେ, ବିପକ୍ଷ ଟିମ୍ ଖେଳାଳି ଅନ୍ୟ ଟିମ୍‌ର ଜଣେ ଖେଳାଳିଙ୍କ କାନ କାଟିଦେଇଥିଲେ । ତେବେ ଆହାତ ଖେଳାଳିଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ମାମଲା ଖାଲି ସେତିକିରେ ସରି ନାହିଁ, ମାଡ଼ପିଟ୍ ସମୟରେ ଦୁଇଜଣ ଅନ୍ୟ ଖେଳାଳି ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଏହି ଘଟଣାଟି ବଦୋସରାୟ ଥାନା ଅଧିନ ହାତାପୁରୱା ଗ୍ରାମରେ ଘଟିଛି । ଏହି ଗ୍ରାମରେ ଦୁଇଟି ଟିମ୍ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଖେଳା ଯାଉଥିଲା । ସେ ସମୟରେ ଜଣେ ବୋଲର୍ ନୋ ବଲ୍ ପକାଇଥିଲେ । ଏହି ନୋ-ବଲ୍ କୁ ନେଇ ଦୁଇ ଟିମ୍ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଦେଖୁ ଦେଖୁ କ୍ରିକେଟ୍ ମଇଦାନ୍ ରଣକ୍ଷେତ୍ର ପାଲଟି ଯାଇଥିଲା ।

ମାଡ଼ପିଟ୍ ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଗୋଷ୍ଠି ନିଜନିଜ ଭିତରେ ଜଣେ ଜଣଙ୍କୁ କ୍ରିକେଟ୍ ବ୍ୟାଟ୍‌ରେ ପିଟୁଥିବା ଦେଖାଯାଇଛି । ବିବାଦ ଏତେ ବଢ଼ି ଯାଇଥିଲା ଯେ, ମାମଲା ହଣାକଟା ଯାଏଁ ପହଞ୍ଚି ଯାଇଥିଲା । ଜଣେ ଖେଳାଳି ବିପକ୍ଷ ଖେଳାଳିର କାନ କିଟି ଦେଇଥିଲେ । ତେବେ ଆହାତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.