୨୦୧୩ ଆଜିର ଦିନରେ କ୍ରିକେଟକୁ ଅଲବିଦା କହିଥିଲେ ସଚିନ୍‌, ଶେଷ ମ୍ୟାଚ୍‌ରେ ଦେଇଥିବା ଭାଷଣ ଖେଳପ୍ରେମୀଙ୍କ ଆଖିରେ ଭରି ଦେଇଥିଲା ଅଶ୍ରୁ

Published By : Prameya-News7 Bureau | November 16, 2020 IST

ମୁମ୍ବାଇ ୧୬/୧୧: କ୍ରିକେଟର ଭଗବାନ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର କିମ୍ବଦନ୍ତୀ ପ୍ଲେୟର ସଚିନ ତେନ୍ଦୁଲକର ୨୦୧୩ ଆଜିର ଦିନରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ୧୬ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ସଚିନ ସମସ୍ତ ଖେଳ ପ୍ରେମୀଙ୍କ ମନରେ ଏକ ନିଆରା ସ୍ଥାନ ସୃଷ୍ଟି କରିଯାଇଛନ୍ତି। ୨୪ ବର୍ଷର କ୍ୟାରିୟରରେ ବହୁ ବଡ଼ ବଡ଼ ରେକର୍ଡର ଅଧିକାରୀ ହୋଇଥିଲେ ସଚିନ।

{"id":320156,"sizeSlug":"large"}

ସଚିନ ତେନ୍ଦୁଲକର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଓ୍ବାଙ୍ଖଡ଼େରେ ଓ୍ବେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଖେଳିଥିଲେ। ତେବେ ଏହା ସଚିନଙ୍କ ୨୦୦ ତମ ଟେଷ୍ଟ ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌ରେ ୭୪ ରନ୍‌ର ପାଳି ଖେଳିଥିଳେ ସଚିନ। ନରସିଂହ ଦେବନାରାୟଣଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ ମାଷ୍ଟର ବ୍ଲାଷ୍ଟର। ତେବେ ଏହି ମ୍ୟାଚ୍‌ ଭାରତ ଜିତିଥିଲା।

ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପରେ ସଚିନ ଭାଷଣ ଦେଇଥିଲେ। ଯାହାକି ବିଶ୍ବର ଖେଳ ପ୍ରେମୀଙ୍କୁ ଭାବୁକ କରିଦେଇଥିଲା। ଭାଷଣରେ ସଚିନ କହିଥିଲେ, ‘୨୨ ୟାର୍ଡ ଓ ୨୪ ବର୍ଷ ମଧ୍ୟରେ ମୋ ଜୀବନ, ବିଶ୍ବାସ କରିବା ମୁସ୍‌କିଲ କି ଏହି ଯାତ୍ରା ଶେଷ ହୋଇଛି।’  ଏହା ସହ ସଚିନ କହିଥିଲେ ‘ ମୁଁ ଆପଣମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଏହା ସହ ମୁଁ ଆହୁରି ମଧ୍ୟ କହିବାକୁ ଚାହୁଁଛି ସମୟ ବହୁତ ଶଘ୍ର ବଦଳୁଛି କିନ୍ତୁ ଆପଣ ମୋ ପାଇଁ ଯେଉଁ ସ୍ମୃତି ତିଆରି କରିଛନ୍ତି ତାହା ମୋ ସହିତ ରହିବ। ବିଶେଷ କରି ସଚିନ..ସଚିନ୍‌ ଡାକ ମୋତେ ଜୀବନ ସାରା ଶୁଭିବ।’

wp:core-embed/twitter {"url":"https://twitter.com/ICC/status/1328216233188134913","type":"rich","providerNameSlug":"twitter","className":""}
https://twitter.com/ICC/status/1328216233188134913
/wp:core-embed/twitter

ସଚିନ ତେନ୍ଦୁଲକର ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୨୦୦ ଟେଷ୍ଟ, ୪୬୩ ଓ୍ବାନ୍‌ଡେ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସଚିନ ଏମିତ ଜଣେ ବ୍ୟାଟ୍ସମ୍ୟାନ୍‌ ଥିଲେ ଯିଏକି ଅନ୍ତର୍ଜାତୀୟ ସ୍ତରରେ ୧୦୦ ଶତକ କରିଛନ୍ତି। ଓ୍ବାନ୍‌ଡେରେ ୧୮,୪୨୬ ରନ୍‌ କରିଥିବା ସଚିନ ୪୯ଟି ଶତକ ମାରିଥିଲେ। ଟେଷ୍ଟରେ ତାଙ୍କ ନାଁରେ ୧୫,୯୨୧ ରନ୍‌ ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦୬ରେ ଏକ ମାତ୍ର ଟି-୨୦ ଖେଳିଥିଲେ, ଯେଉଁଥିରେ କେବଳ ୧୦ ରନ୍‌ କରିଥିଲେ ସଚିନ ତେନ୍ଦୁଲକର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.