ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ପାକ୍ କ୍ରିକେଟର, ଆଶୁଆରୋଗ୍ୟ କାମନା କଲେ ଫ୍ୟାନ୍ସ

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮/୦୯: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ୍ ଇନଜାମାମ-ଉଲ-ହକ ହସ୍ପିଟାଲରେ ଭର୍ତ୍ତି । ହୃଦଘାତରେ ପୀଡିତ ହେବା ପରେ ଲାହୋରର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୋମବାର ସନ୍ଧ୍ୟାରେ ଇନଜାମାମ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ତାଙ୍କ ଏଜେଣ୍ଟଙ୍କ କହିବା ଅନୁଯାୟୀ, ଇନଜାମାମଙ୍କ ଅବସ୍ଥା ସ୍ଥିର ଅଛି । ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ।

ତେବେ ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ । ଗତ ୩ ଦିନ ଧରି ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଇନଜାମାମ । ପ୍ରାଥମିକ ଯାଞ୍ଚରୁ ସେ ଭଲ ଥିବା ଜଣାପଡିଥିଲା । କିନ୍ତୁ ସୋମବାର ଯେତେବେଳେ ତାଙ୍କୁ ପୁଣିଥରେ ଯାଞ୍ଚ କରାଯାଇଥିଲା । ସେତେବେଳେ ଜଣାପଡିଥିଲା ​​ଯେ ସେ ହୃଦଘାତରେ ପୀଡିତ ଥିଲେ ।

ଏହା ପରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଲାହୋରର ଏକ ଡାକ୍ତରଖାନାକୁ ନିଆଯାଇଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁୟାୟୀ ପାକିସ୍ତାନର ପୂର୍ବତନ ଅଧିନାୟକ ଇନଜାମାମ-ଉଲ୍-ହକ ସାମାନ୍ୟ ହୃଦଘାତରେ ପୀଡିତ ହେବା ପରେ ଲାହୋରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ସେ ସଫଳ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ସେ ବିପଦରୁ ବାହାରିଥିବା କୁହାଯାଉଛି ।

wp:html /wp:html

ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ । ODI ରେ ପାକିସ୍ତାନ ପାଇଁ ୫୧ ବର୍ଷୀୟ ଇନଜାମାମ ସର୍ବାଧିକ ରନ୍ ସ୍କୋରର । ସେ ୩୭୫ ଟି ମ୍ୟାଚରେ ୧୧୭୦୧ ରନ୍ ସଂଗ୍ରହ କରିଛନ୍ତି । ଏଥିସହିତ ସେ ଟେଷ୍ଟରେ ପାକିସ୍ତାନ ପାଇଁ ତୃତୀୟ ଶ୍ରେଷ୍ଠ ସ୍କୋରର ଅଟନ୍ତି । ୧୧୯ଟି ମ୍ୟାଚରେ ସେ ୮୮୨୯ ରନ୍ କରିଛନ୍ତି । ସେ ଦେଶର ଅନ୍ୟତମ ସଫଳ ଅଧିନାୟକ ମଧ୍ୟ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.