Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, IPL ପରେ ପୁଣି ଟି-୨୦ ବିଶ୍ବକପ୍‌ରେ ନଜର ଆସିବେ ଏହି କ୍ୟୁଟ୍‌ ଆଙ୍କର

13/10/2021 at 10:40 PM

ନୂଆଦିଲ୍ଲୀ ୧୩/୧୦: ଆଇପିଏଲ୍‌ ୨୦୨୧ ପରେ ପରେ ଆଇସିସି ଟି-୨୦ ବିଶ୍ବକପ୍‌ ୨୦୨୧ ଆରମ୍ଭ ହୋଇଯିବ। ଭାରତୀୟ କ୍ରିକେଟ ଫ୍ୟାନ୍ସ ଏହି ଗ୍ଲୋବାଲ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ ପ୍ରତିକ୍ଷା କରିଛନ୍ତି। ସେମାନଙ୍କ ଆଶା ରହିଛି ଟିମ୍‌ ଇଣ୍ଡିଆ ୧୪ ବର୍ଷ ପରେ ପୁଣି ଥରେ ଟ୍ରଫି ଜିଣିବ।

ଟି-୨୦ ବିଶ୍ବକପ୍‌ରେ ନଜର ଆସିବେ ତମନ୍ନା ଓ୍ବାହୀ

ଟି-୨୦ ବିଶ୍ବକପ୍‌ ୨୦୨୧ରେ ଗ୍ଲାମରର ତଡ଼କା ଲଗାଇବାକୁ ଯାଉଛନ୍ତି  ଆଇପିଏଲର କ୍ୟୁଟ୍‌ ଆଙ୍କର ତମନ୍ନା ଓ୍ବାହୀ। ଆଇପିଏଲ ପରେ ସେ ବିଶ୍ବକପ୍‌ରେ ମଧ୍ୟ ଆଙ୍କର ଭାବେ ନଜର  ଆସିବେ। ତମନ୍ନା କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ବହୁ ଲୋକପ୍ରିୟ। ଏବେ ଏହି ନ୍ୟୁଜ୍‌ ଶୁଣିବା ପରେ ତାଙ୍କ ଫ୍ୟାନ୍ସ ମଧ୍ୟ ଏକ୍ସସାଇଟେଡ୍‌ ଅଛନ୍ତି ।

ତମାନ୍ନା ନିଜେ କଲେ ଘୋଷଣା

ଆଙ୍କର ତମନ୍ନା ଓ୍ବାହୀ ନିଜ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଶେୟାର କରିବାକୁ ମୋ ପାଖରେ ଏକ ଖବର ରହିଛି। ଟି-୨୦ ଓ୍ବାର୍ଲଡ୍‌ କପ୍‌ରେ ଷ୍ଟାର ସ୍ପୋର୍ଟସ୍‌ ସହ କାମ କରିବାକୁ ମୁଁ ବହୁତ ଖୁସି ଅଛି। ବାକି ଡିଟେଲ୍ସ ପାଇଁ ଅପେକ୍ଷା କରନ୍ତୁ।’

ଆଇପିଏଲରୁ ଚର୍ଚ୍ଚାରେ

ତମନ୍ନା ଓ୍ବାହୀ ପ୍ରଥମ ଥର ଆଇପିଏଲ୍‌ ୨୦୨୦ରେ ଆଙ୍କରିଂ କରିଛନ୍ତି । ଲୋକମାନେ ତାଙ୍କ ଶୋ’କୁ ଖୁବ ପସନ୍ଦ କରିଛନ୍ତି। ସେପ୍ଟେମ୍ବରରେ ସେ ଖବରର  ଶୀର୍ଷରେ ରହିଥିଲେ। ଏବେ ସେ ଟି-୨୦ ଓ୍ବାର୍ଲଡ୍‌ କପ୍‌ରେ ଧୁମ ମଚାଇବାକୁ ଆସୁଛନ୍ତି।  

   Related Posts