ଜାଣନ୍ତୁ କେବେ ଭାଙ୍ଗିବ ବିଶ୍ୱକପ କ୍ରିକେଟର ଏହି ୫ ମହା ରେକର୍ଡ, ଶେଷ ରେକର୍ଡଟି ରହିଛି ଭାରତ ନାମରେ

Published By : Prameya-News7 Bureau | June 27, 2019 IST

ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଲାଣି ଆଇସିସି ୱାର୍ଲଡକପ୍ -୨୦୧୯। ଗତ ସବୁ ୱାର୍ଲଡ କପ୍ ଭଳି ଚଳିତ ୱାର୍ଲଡ କପ୍ ରେ ମଧ୍ୟ ଖେଳାଳି ବେଶ ଉତ୍କର୍ଷ ପ୍ରଦର୍ଶନ କରୁଛନ୍ତି। ତେବେ ଖେଳାଳିଙ୍କୁ ନେଇ ସମଗ୍ର ବିଶ୍ୱରେ କ୍ରିକେଟ ପ୍ରମୀଙ୍କର ଥିବା ଆଶା କିନ୍ତୁ ଏପର୍ଯ୍ୟନ୍ତ ପୁରଣ ହୋଇନି। ଗତ ବିଶ୍ୱକପ୍ ମାନଙ୍କରେ ଖେଳାଳିମାନେ ୫ଟି ରେକର୍ଡ ସୃଷ୍ଟି କରିଛନ୍ତି। ଏଥିରୁ ଗୋଟିଏ ରେକର୍ଡ ଭାରତର ବି ରହିଛି। ହେଲେ ଚଳିତ ବିଶ୍ୱକପରେ ଏହି ରେକର୍ଡ ଭଙ୍ଗ ହେବ ବୋଲି ଆଶା କରାଯାଉଥିବା ବେଳେ ତାହା କିନ୍ତୁ ଏପର୍ଯ୍ୟନ୍ତ ପୁରଣ ହୋଇନି। ତେବେ ଆସନ୍ତୁ ଜାଣିବା କ୍ରିକେଟ ବିଶ୍ୱକପ୍ ରେ କଣ ସବୁ ରହିଛି  ରେକର୍ଡ।

{"id":127923}

ଏଥିରୁ ଗୋଟିଏ ରେକର୍ଡ ରହିଛି ୱିକେଟ୍ କିପରମାନଙ୍କର । ଶ୍ରୀଲଙ୍କା ୱିକେଟ୍ କିପର କୁମାର ସଙ୍ଗକାରାଙ୍କୁ ମିଳିଛି ବିଶ୍ୱକପ୍ ର ସର୍ବଶ୍ରେଷ୍ଠ ୱିକେଟ କିପର ମାନ୍ୟତା। ସେ ୩୭ଟି ବିଶ୍ୱକପ୍ ମ୍ୟାଚରେ ୪୧ଟି କ୍ୟାଚ୍ ନେବା ସହ ୧୩ଟି ଷ୍ଟମ୍ପିଂ କରିଛନ୍ତି। ଏପର୍ଯ୍ୟନ୍ତ ବିଶ୍ୱର ଅନ୍ୟ କୌଣସି ୱିକେଟ୍ କିପର ତାଙ୍କର ଏହି ରେକର୍ଡ ଭାଙ୍ଗି ପାରିନାହାନ୍ତି। ତେବେ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ବିଶ୍ୱକପ୍ ୱିକେଟ୍ କିପିଂରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନୀ।

{"id":127922}

ସେହିପରି ୱାର୍ଲଡ କପ୍ ରେ ଦୀର୍ଘ ଇନିଂସ ଖେଳିବାର ରେକର୍ଡ ରହିଛି ମାର୍ଟିନ ଗୁପ୍ଟିଲଙ୍କ ନାମରେ। ୨୦୧୫ ବିଶ୍ୱକପ୍ ରେ ଗୁପ୍ଟିଲ ୨୩୭ ରନର ଦୀର୍ଘ ଇନିଂସ ଖେଳିଥିଲେ। ତେବେ ତାଙ୍କ ପଛକୁ ୨୧୫ ରନ କରି କ୍ରିସ ଗେଲ ଥିବା ବେଳେ ୧୮୩ ରନ ସହ ସୌରଭ ଗାଙ୍ଗୁଲୀ ରହିଛନ୍ତି  ତୃତୀୟ ସ୍ଥାନରେ ।

{"id":127921}

ବିଶ୍ୱକପରେ ବିଶାଳ ସ୍କୋର କରିବାର ରେକର୍ଡ ରହିଛି ଅଷ୍ଟ୍ରେଲିଆ ନାମରେ । ୨୦୧୫ ୱାର୍ଲଡକପ୍ ରେ ଆଫଗାନିସ୍ତାନ ବିରୋଧରେ ଅଷ୍ଟ୍ରେଲିଆ  ୪୧୭ ରନର ବିଶାଳ ସ୍କୋର ଛିଡା କରିଥିଲା। ଏହା ପୂର୍ବରୁ ଏହି ରେକର୍ଡ ଟିମ ଇଣ୍ଡିଆ ନାମରେ ଥିଲା। ୨୦୦୭ ମସିହାରେ ଇଣ୍ଡିଆ ୪୧୩ ରନ ସ୍କୋର କରି ବିଶ୍ୱକପ୍ ରେ ସର୍ବ ବୃହତ୍ତ ସ୍କୋର ରେକର୍ଡ କରିଥିଲା।

{"id":127919}

ସେହିପରି ବିଶ୍ୱକପ୍ ରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି ଭାରତୀୟ କ୍ରିକେଟର ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ନାମରେ । ତେବେ  ଏବି ଡେଭିଲିୟର୍ସଙ୍କ  ବିଶ୍ୱକପ୍ ରେ ୨୩ଟି ମ୍ୟାଚ୍ ଖେଳି ୨୬ ଛକ୍କା ଲଗାଇବାରେ  ବିଶ୍ୱର ଦ୍ୱିତୀୟ ଖେଳାଳି ହେବାର ମାନ୍ୟତା ପାଇଥିବା ବେଳେ ୨୫ଟି ଛକ୍କା ଲଗାଇଥିବା ସୌରଭ ଗାଙ୍ଗୁଲୀଙ୍କ ରେକର୍ଡ ଭାଙ୍ଗିଛନ୍ତି। କେବଳ ଛକ୍କା ନୁହେଁ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହର ରେକର୍ଡ ମଧ୍ୟ ରହିଛି ସଚ୍ଚିନଙ୍କ ନାମରେ। ବିଶ୍ୱକପ୍ ରେ ୪୫ଟି ମ୍ୟାଚ୍ ରୁ ସଚ୍ଚିନ ୨ ହଜାର ୨୭୮ ରନ ସଂଗ୍ରହ କରିଥିଲେ। ତେବେ ବିଶ୍ୱକପ୍ ର ଏହି ସଂସ୍କରଣ ସୁଦ୍ଧା ସଚ୍ଚିନ ସଂଗ୍ରହ କରିଥିବା ରନର ଆଖପାଖରେ ବି କେହି ଖେଳାଳି ଦେଖାଯାଉନାହାନ୍ତି। ତେବେ ଚଳିତ ବିଶ୍ୱ କପ୍​‌ ଅବସରରେ ଦ୍ରୁତତମ ୨୦ହଜାର ରନ୍‌ ସଂଗ୍ରହ କରିବାର ବିଶ୍ୱ କୀର୍ତ୍ତିମାନ୍‌ ହାସଲ କରିଛନ୍ତି ଟିମ୍ ଇଣ୍ଡିଆ କପ୍ତାନ୍‌ ବିରାଟ୍‌ କୋହଲି । ଗୁରୁବାର ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ ହାଫ୍‌ ସେଞ୍ଚୁରି ସହ ସେ ନିଜ ନାମରେ ଏହି ରେକର୍ଡ଼ କରିଛନ୍ତି ।  ସବୁଥର ଭଳି ଚଳିତ ବିଶ୍ୱକପରେ ମଧ୍ୟ ଖେଳାଳି ରେକର୍ଡ କରିବେ। ଆଉ କଣ ସବୁ ନୂଆ ରେକର୍ଡ ହେଉଛି ତାହା କେବଳ ଦେଖିବାକୁ ବାକି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.