ଟିମ୍ ଇଣ୍ଡିଆ ଦ୍ୱାରା କ୍ଷତିଭରଣା କରିବାକୁ ଚାହୁଁଛି କ୍ରିକେଟ୍ ଅଷ୍ଟ୍ରେଲିଆ, ଏପରି ହେଉଛି ଯୋଜନା

Published By : Prameya-News7 Bureau | April 22, 2020 IST

ସିଡନୀ: କରୋନା ସଂକ୍ରମଣ ଯୋଗୁ କ୍ରିକେଟ୍ ଗୁରୁତର ପ୍ରଭାବିତ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ବନ୍ଦ ହୋଇଯାଇଥିବା ବେଳେ ଏହାର ପ୍ରଭାବ ସବୁ ଦେଶର କ୍ରିକେଟ୍ ବୋର୍ଡଙ୍କ ଉପରେ ଉଣା ଅଧିକେ ପଡିଛି। ତେବେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡକୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିବା ଜଣାପଡିଛି। ଏଣୁ କ୍ରିକେଟ୍ ଅଷ୍ଟ୍ରେଲିଆ ତାର କ୍ଷତି ଭରଣା ଲାଗି ଯୋଜନା ପ୍ରସ୍ତୁତିରେ ଲାଗି ପଡିଛି। ମିଳିଥିୂବା ସୂଚନା ଅନୁସାରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଭାରତ ସହଯୋଗରେ ଏବେ କ୍ଷତି ଭରଣା ଲାଗି ପ୍ଲାନିଂ କରୁଛି।

{"id":258277,"width":580,"height":325,"sizeSlug":"large"}

ଚଳିତବର୍ଷ ଶେଷରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟିକିଆ ଟେଷ୍ଟ ଶୃଙ୍ଖଳା ସ୍ଥିରିକୃତ ହୋଇଛି। ତେବେ ଏହାକୁ ୫ଟି ମ୍ୟାଚ୍‌ରେ ପରିବର୍ତ୍ତି କରିବାକୁ  ଯୋଜନା କରିଛି ଅଷ୍ଟ୍ରେଲିଆ। ଟ୍ରାଙ୍ଗୁଲାର ସିରିଜ ଖେଳିବାଲାଗି ଟିମ୍ ଇଣ୍ଡିଆ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜ ଡିସେମ୍ବରରେ ୪ଟିକିଆ ଟେଷ୍ଟମ୍ୟାଚ୍‌ ସହ ଶେଷ ହେବା କଥା। ହେଲେ ଏହା ପୂର୍ବରୁ ଟି-୨୦ ବିଶ୍ୱକପ୍ ୧୮ ଅକ୍ଟୋବରରୁ ସ୍ଥିରିକୃତ ହୋଇଛି। କିନ୍ତୁ କରୋନା ଜନିତ ପରିସ୍ଥିତିରେ ଏହି ବିଶ୍ୱକପ୍ ଏବେ ଅନିଶ୍ଚିତତାରେ ରହିଛି।

{"id":258278,"sizeSlug":"large"}

କ୍ରିକେଟ୍ ଅଷ୍ଟ୍ରେଲିଆର ସିଇଓ କେଭିନ ରବର୍ଟସଙ୍କ ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ ପଡିଥିବା ପ୍ରଭାବର ଆକଳନ କଲେ ବିପୁଳ କ୍ଷତି ହୋଇଛି। ତେବେ କ୍ଷତିଭରଣା ଲାଗି ଆମେ ଉଦ୍ୟମ ଅବ୍ୟହତ ରଖିଛୁ। ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଶୃଙ୍ଖଳା ଏଥିରେ ଆମ ଲାଗି ସହାୟକ ହେବବୋଲି ଆଶା କରାଯାଉଛି। ଏଣୁ ଆମେ ବିଭିନ୍ନ ବିକଳ୍ପର ଏବେ ବିଚାର କରୁଛୁ ବୋଲି କହିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ଖାଲି ଷ୍ଟାଡିୟମରେ ଟି-୨୦ ବିଶ୍ୱକପ୍ ଆୟୋଜନ ଲାଗି ମଧ୍ୟ ବିଚାର କରୁଥିବା କେଭିନ କହିଛନ୍ତି। ଏପରି ହେଲେ ଅଷ୍ଟ୍ରେଲିଆର ଆର୍ଥିକ ଲାଭ ହେବ ନାହିଁ ସତ, ହେଲେ ଅନ୍ତର୍ଜାତୀୟ କ୍ରିକେଟ୍ ଲାଗି ଏହା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପ୍ରସାରଣ ଅଧିକାରରୁ ମିଳିବାକୁ ଥିବା ରାଜସ୍ୱ ଆଇସିସି ଓ ସମଗ୍ର କ୍ରିକେଟ୍ ଜଗତ ଲାଗି ଗୁରୁତ୍ୱପୂର୍ଣ୍ଣ। ଏଣୁ ଆମେ ଯେ କୌଣସି ପ୍ରକାରେ ଟି-୨୦ ବିଶ୍ୱକପ୍ ଆୟୋଜନ ଲାଗି ବିଚାର କରୁଥିବା କେଭିନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.