କରୋନା କାରଣରୁ ସମସ୍ତ କ୍ରିକେଟ୍ ମ୍ୟାଚ୍ ରଦ୍ଦ, ଟି-୨୦ ବିଶ୍ଵକପ୍‌କୁ ନେଇ ଆସିଲା ବଡ ଖବର

Published By : Prameya-News7 Bureau | March 17, 2020 IST

ସିଡନୀ ୧୭।୦୩: କରୋନା ଭୂତାଣୁର ପ୍ରତିକୂଳ ପ୍ରଭାବ କ୍ରୀଡାଜଗତ ଉପରେ ମଧ୍ୟ ପଡିଛି। ସବୁ ପ୍ରକାର କ୍ରୀଡାର ଟୂର୍ଣ୍ଣାମେଣ୍ଟ ଓ ଶୃଙ୍ଖଳା ବାତିଲ ହୋଇ ସାରିଛି। ଆଉ କେତେ ଆୟୋଜନକୁ ସ୍ଥଗିତ ରଖାଯାଇଛି। ଏବେ ପ୍ରଶ୍ନ ଉଠୁଛି ଯେ, କଣ କରୋନା ଭୂତାଣୁର ପ୍ରଭାବ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ ଉପରେ ପଡିବ କି ?  ଏହି ପ୍ରସଙ୍ଗରେ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ ରବର୍ଟ୍ସ ବଡ ବୟାନ ଦେଇଛନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆ ବଡ ବୟାନ ଦେଇ କହିଛି ଯେ, ଟି-୨୦ ବିଶ୍ଵ କପ୍ ନିଜର ପୂର୍ବ ନିର୍ଦ୍ଧାରିତ ସମୟରେ ହେବ। ସିଏ ଅଧ୍ୟକ୍ଷ କେଭିନ ରବର୍ଟ୍ସ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ କିଛି ସପ୍ତାହ ପରେ କ୍ରିକେଟ୍ ପୁଣି ତରେ ଆରମ୍ଭ ହୋଇଯିବ। ଆମେ ଆଶା କରୁଛୁ ଯେ, ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି -୨୦ ବିଶ୍ଵ କପ୍ ବେଳକୁ କରୋନା ଭୂତାଣୁର ପ୍ରଭାବ ହ୍ରାସ ପାଇ ସାରିଥିବ।

{"id":239928,"width":753,"height":501,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଟି-୨୦ ବିଶ୍ଵକପର ପ୍ରି କ୍ଵାଲିଫାୟର ମ୍ୟାଚ୍ ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଯାଉଛି ଯାହା ଅକ୍ଟୋବର ୨୩ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଅକ୍ଟୋବର ୨୪ ରୁ ୧୨ଟି ଦଳକୁ ନେଇ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ। ଟୂର୍ଣ୍ଣାମେଣ୍ଟର ଫାଇନାଲ ନଭେମ୍ବର ୧୫ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। କେଭିନ୍ ରବର୍ଟ୍ସ କହିଛନ୍ତି ଯେ, ଆମେ ନଭେମ୍ବର ୧୫ରେ ହେବାକୁ ଥିବା ଫାଇନାଲ ମ୍ୟାଚ୍‌ର ପ୍ରସ୍ତୁତି କରୁଛୁ। ଆଶା କରୁଛୁ ଯେ, ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ଫାଇନାଲ ଦିନ ଦର୍ଶକରେ ଭରପୂର ରହିବ।

{"id":239929,"width":745,"height":559,"sizeSlug":"large"}

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ କାରଣରୁ ସମଗ୍ର ଦୁନିଆରେ ପ୍ରାୟ ୭୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି ଏବଂ ପାଖାପାଖି ୨ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା କାରଣରୁ ବିସିସିଆଇ ଆଇପିଏଲକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ଗୋଟିଏ ଦିନିକିଆ ପରେ ସମାପ୍ତ ହୋଇ ଯାଇଥିଲା।

ଏହି ପରି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ଶୃଙ୍ଖଳା ମଧ୍ୟ ରଦ୍ଦ କରାଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ କରୋନା ଭୂତାଣୁର ପ୍ରକୋପକୁ ଦେଖି  ନିଜର ଘରୋଇ ସେଫିଲ୍ଡ ସିଲ୍ଡ ଟୂର୍ଣ୍ଣାମେଣ୍ଟ ରଦ୍ଦ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.