ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ବେଳେ ଖେଳାଯିବ ବିଗ୍‌ବାସ୍‌ ଲିଗ୍, କ୍ରିକେଟ୍ ଅଷ୍ଟ୍ରେଲିଆର ସିଡ୍ୟୁଲ ଜାରି

Published By : Prameya-News7 Bureau | July 15, 2020 IST

ମେଲବର୍ଣ୍ଣ :  ଚଳିତ ବର୍ଷ ଶେଷାର୍ଦ୍ଧରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଟୁରରେ ଯିବ। ଏହି ସିରିଜ ସମୟରେ ବିଗବାସ୍‌ ଲିଗ୍ (ବିବିଏଲ) ମଧ୍ୟ ଦେଶରେ ଅନୁଷ୍ଠିତ ହେବ। ଏଥିଲାଗି କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ସିଡ୍ୟୁଲ ଜାରି କରିଛନ୍ତି। ଏଥିରେ ଦେଶର ପ୍ରମୁଖ ଟି-୨୦ ଟୁର୍ଣ୍ଣାମେଣ୍ଟର ୬୧ଟି ମ୍ୟାଚ୍‌ ଲାଗି କାର୍ଯ୍ୟକ୍ରମ ସ୍ଥିରକୃତ ହୋଇଛି।

{"id":300876,"sizeSlug":"large"}

କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୩ ତାରିଖ ଦିନ ଏଡିଲେଡ୍ ଓଭାଲରେ ଏଡିଲେଡ୍ ଷ୍ଟ୍ରାଇକର୍ସ ଓ ମେଲବର୍ଣ୍ଣ ରେନେଗେଡସ୍‌ ମଧ୍ୟରେ ଉଦଘାଟନୀ ମ୍ୟାଚ୍‌ ସହ ବିବିଏଲ ଆରମ୍ଭ ହେବ। ସେପଟେ ଏହି ଦିନ ବ୍ରିସେବନ୍‌ରେ ଅଷ୍ଟ୍ରେଲିଆ ବନାମ ଭାରତ ଟେଷ୍ଟ ଶୃଙ୍ଖଳା ମଧ୍ୟ ଆରମ୍ଭ ହେବ। କାର୍ଯ୍ୟ ସୂଚୀ ଅନୁଯାୟୀ ବିବିଏଲର ଫାଇନାଲ ୬ ଫେବୃୟାରୀ ୨୦୨୧ରେ ଖେଳାଯିବ।

{"id":300877,"width":579,"height":290,"sizeSlug":"large"}

କ୍ରିକେଟ୍ ଅଷ୍ଟ୍ରେଲିଆ ମହିଳା ବିବିଏଲ ଲାଗି ମଧ୍ୟ ସିଡ୍ୟୁଲ ଜାରି କରିଛନ୍ତି। ୧୭ ଅକ୍ଟୋବରରୁ ଏହି ଲିଗ୍‌ ୨୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ ବୋଲି ୱେବ୍‌ସାଇଟ୍‌ରେ ସୂଚିତ କରାଯାଇଛି। ତେବେ କରୋନା ଭାଇରସ ମହାମାରୀ ଲାଗି ଆବଶ୍ୟକ ପଡିଲେ ଗ୍ରୀଷ୍ମ କ୍ରିକେଟ୍ ସିଡ୍ୟୁଲ ପରିବର୍ତ୍ତିତ ହୋଇପାରେ ବୋଲି ସୂଚିତ କରାଯାଇଥିବା ବେଳେ ପୁରୁଷ ବିବିଏଲରେ କୌଣସି ପରିବର୍ତ୍ତନର ଆବଶ୍ୟକତା ପଡିନପାରେ ବୋଲି କୁହାଯାଇଛି। କାର୍ଯ୍ୟସୂଚୀ ଅନୁସାରେ ବିବିଏଲ ଆରମ୍ଭରୁ ୮ଟି ମ୍ୟାଚ୍‌ ରାତିରେ ଖେଳାଯିବ। ମଝିରେ ୫ ଦିନ ରେଷ୍ଟ ରହିବ। ଏହି ରେଷ୍ଟ ଅବଧି ୧୧ରୁ ୧୫ ଡିସେମ୍ବର ମଧ୍ୟରେ ଏଡିଲେଡ୍‌ରେ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

{"id":300878,"sizeSlug":"large"}

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଡିସେମ୍ବର ୨୬ରୁ ଆରମ୍ଭ ହେବ ଓ ଶେଷ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଜାନୁୟାରୀ ୩ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆରେ କରୋନା ଭାଇରସ ମହାମାରୀ ସଂକ୍ରମଣ ଜାରି ରହିଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୯ ହଜାର ଲୋକେ ସଂକ୍ରମିତ ହୋଇଥିବା ବେଳେ ଏଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ବିଗବାସ୍ ଲିଗ୍‌ ଏଲିଷ୍ଟେୟର ଡୋବସନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.