ଏହି ବ୍ୟାଟସମ୍ୟାନ ହେଉଛନ୍ତି କ୍ରିକେଟ୍ ଜଗତର ସବୁଠୁ ସଚ୍ଚୋଟ୍ ଖେଳାଳି, ଅମ୍ପାୟରଙ୍କ ବିନା ଆଉଟ୍‌ରେ କ୍ରିଜ୍ ଛାଡିଛନ୍ତି ୧୨ ଥର

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫:  ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ବରିଷ୍ଠ ଖେଳାଳି ଆଡାମ ଗିଲଖ୍ରୀଷ୍ଟଙ୍କ ଜନ୍ମ ୧୯୭୧ ନଭେମ୍ବର ୧୪ ତାରିଖରେ ନ୍ୟୁସାଉଥ ଓ୍ଵେଲ୍ସର ବେଲିନଗେନ୍‌ରେ ହୋଇଥିଲା। ଆଡାମ ଗ୍ରୀଲଖ୍ରୀଷ୍ଟ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପକ୍ଷରୁ ଓ୍ଵିକେଟ୍‌ କିପର ବ୍ୟାଟସମ୍ୟାନ ଭାବେ ନିଜର କ୍ୟାରିୟର କରିଛନ୍ତି। ବିଶ୍ଵ କ୍ରିକେଟ୍‌ରେ ତାଙ୍କର ବହୁତ ବଡ ଯୋଗଦାନ ରହିଛି। ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଖାସ୍ କଥା ବିଷୟରେ।

ଗିଲଖ୍ରୀଷ୍ଟ ନିଜର ପଦାର୍ପଣ ମ୍ୟାଚ୍‌ ୧୯୯୬ରେ ଭାରତ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଟାଇଟନ୍ସ କପ୍‌ରେ ଖେଳିଥିବା ନିଜର ପ୍ରଥମ ମ୍ୟାଚ୍‌ରେ ଗିଲଖ୍ରୀଷ୍ଟ ଭଲ ପ୍ରଦର୍ଶନ କରି ପାରିନଥିଲେ। କେବଳ ୧୮ ରନ କରି ଆଉଟ୍  ହୋଇଥିଲେ।

{"id":269595,"sizeSlug":"large"}

ଛକା ମାରିବା ଉପରେ ଆଲୋଚନା କଲେ ଟେଷ୍ଟ କ୍ରିକେଟ୍‌ରେ ସର୍ବ ପ୍ରଥମେ ଛକାର ଶତକ ପୂରଣ କରିବାର ବିରଳ ରେକର୍ଡ କ୍ରିସ୍‌ ଗେଲ୍‌ଙ୍କ ପରି ବିସ୍ଫୋରକ ଖେଳାଳିଙ୍କ ନାମରେ ନାହିଁ। ଏହି ରେକର୍ଡ ଗିଲଖ୍ରୀଷ୍ଟଙ୍କ ନାମରେ ରହିଛି। ତାଙ୍କ ବ୍ୟତୀତ ବ୍ରେଣ୍ଡନ ମ୍ୟାକ୍‌କୁଲମ ଟେଷ୍ଟ କ୍ୟାରିୟରରେ ସର୍ବାଧିକ ୧୦୭ ଛକା ମାରିଛନ୍ତି। ଗେଲ୍‌ ୯୮ ଛକା ମାରିଛନ୍ତି।

କ୍ରିକେଟ୍‌ ଜଗତରେ ଗିଲଖ୍ରୀଷ୍ଟଙ୍କୁ କୁହାଯାଏ ସବୁଠୁ ସାଧୁ କ୍ରିକେଟ୍‌ର

{"id":269597,"sizeSlug":"large"}

୨୦୦୩ ବିଶ୍ଵକପ୍‌ର ସେମି ଫାଇନାଲ ମୁକାବିଲାରେ ଶ୍ରୀଲଙ୍କା ବୋଲର ଗିଲଖ୍ରୀଷ୍ଟଙ୍କ ବିରୋଧରେ ଜୋରଦାର ଅପିଲ୍ କରିଥିଲେ। ମାତ୍ର ଅମ୍ପାୟର ଗିଲଖ୍ରୀଷ୍ଟଙ୍କୁ ନଟ୍‌ ଆଉଟ୍‌ ଦେଇଥିଲେ। ଏହା ପରେ ବି ଗିଲଖ୍ରୀଷ୍ଟ ପାଭିଲିୟନ ଫେରି ଯାଇଥିଲେ। ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଗିଲଖ୍ରୀଷ୍ଟଙ୍କ କ୍ୟାରିୟରରେ ଏମିତି ୧୨ ଥର ଘଟିଛି। ଅର୍ଥାତ ନିଜ କ୍ୟାରିୟରରେ ୧୨ ଥର ଅମ୍ପାୟର ଆଉଟ୍ ଦେଇନଥିଲେ ବି ଗିଲଖ୍ରୀଷ୍ଟ ନିଜେ ପାଭିଲିୟନ ଯାଇଛନ୍ତି। ଗିଲଖ୍ରୀଷ୍ଟଙ୍କ ଏହି ସଚ୍ଚୋଟତା ସମସ୍ତଙ୍କ ମନ ଜିଣି ନେଇଥିଲା। ତାଙ୍କର ଏହି ବ୍ୟବହାର ଦର୍ଶାଏ ଯେ, ସେ କେତେ ସଚ୍ଚୋଟ୍ କ୍ରିକେଟ୍‌ର ଥିଲେ।

{"id":269596,"sizeSlug":"large"}

ଗିଲି ୧୯୯୬ରେ ଦିନିକିଆରେ ପାଦ ରଖିଥିଲେ। ମୋଟ୍ ୨୮୭ ଦିନିକିଆରୁ ସେ ୯୬୧୯ ରନ କରିଛନ୍ତି। ଏଥିରେ ଦିନିକିଆରେ ୧୬ ଶତକ ଓ ୫୫ ଅର୍ଦ୍ଧଶତକ ସାମିଲ। ସର୍ବାଧିକ ସ୍କୋର ୧୭୨ ରହିଛି। ୧୯୯୯ରେ ସେ ଟେଷ୍ଟ କ୍ରିକେଟ୍‌ରେ ପାଦ ଦେଇଥିଲେ। ୯୬ଟି ଟେଷ୍ଟରୁ ମୋଟ୍‌ ୫୫୭୦ ରନ କରିଛନ୍ତି। ଏଥିରେ ୧୭ ଶତକ ଓ ୨୬ ଅର୍ଦ୍ଧଶତକ ସାମିଲ। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୨୦୪ ରନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.