Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକଡାଉନ୍ ପରେ ବିମାନ କର୍ମଚାରୀଙ୍କ ନୂଆ ଅବତାର : ନଜର ଆସିବେ PPE ଏବଂ ମାସ୍କରେ

15/05/2020 at 2:33 PM

ନୂଆଦିଲ୍ଲୀ ୧୫/୫: ଦେଶରେ ଲକଡାଉନ୍ ପରେ ବାଣିଜ୍ୟିକ ଉଡ଼ାଣର ସଞ୍ଚାଳନ ପୁଣି ଥରେ ଆରମ୍ଭ ହେବା ପରେ କ୍ରୃ ମେମ୍ବରଙ୍କ ପୋଷାକରେ ପରିବର୍ତ୍ତନ ହେବ ଏବଂ ସେମାନେ ଗାଉନ୍,ମାସ୍କ ଭଳି ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିବେ। ଭାରତରେ କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ମାର୍ଚ୍ଚ ୨୫ତାରିଖରୁ ଲକଡାଉନ୍ ହୋଇଛି ଏବଂ ସମସ୍ତ ବାଣିଜ୍ୟିକ ଉଡ଼ାଣର ସଞ୍ଚାଳନ ବନ୍ଦ ରହିଛି। ଇଣ୍ଡିଗୋ,ଏୟାର ଇଣ୍ଡିଆ, ଭିସ୍ତାରା ଏବଂ ଏୟାର ଏସିଆ ଭଳି ଏୟାରଲାଇନ୍ ଚାଳକ ଦଳର ସଦସ୍ୟଙ୍କ ସୁରକ୍ଷା ପାଇଁ ସେମାନଙ୍କ ନୂଆ ପୋଷାକର ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛି କାରଣ ଉଡ଼ାଣ ସମୟରେ ସେମାନେ ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଥାନ୍ତି।

ଫିଲିପାଇନ ଏୟାର ଏସିଆ ଅପ୍ରେଲ୍ ୨୭ତାରିଖରେ ନିଜ ଚାଳକ ଦଳର ସଦସ୍ୟଙ୍କ ପାଇଁ ଯେଉଁ ପୋଷାକ ଅନାବରଣ କରିଥିଲେ ଏହା ସେହିପରି ହେବ। ଏହି ଲାଲ ରଙ୍ଗର ପୂରା ଶରୀରକୁ ଘୋଡ଼ାଉଥିବା ସୁଟରେ ଏକ ଫେସ୍ ସିଲ୍ଡ ଏବଂ ଏକ ମାସ୍କ ରହିବ। ଏୟାର ଇଣ୍ଡିଆର ଚାଳକ ଦଳର ସଦସ୍ୟଙ୍କ ପାଇଁ ପିପିଇ ପୋଷାକରେ ଫେସ୍ ସିଲ୍ଡ,ମାସ୍କ,ଗାଉନ୍,ଆପ୍ରନ୍ ଏବଂ ଗ୍ଲୋବ୍ସ ରହିବ।  ଭିସ୍ତାରାର ଚାଳକ ଦଳର ସଦସ୍ୟଙ୍କ ପାଇଁ ଲ୍ୟାପ୍ ଗାଉନ୍,ମାସ୍କ ଏବଂ ଫେସ୍ ସିଲ୍ଡ ରହିବ। ଅନ୍ୟ ଏୟାରଲାଇନର ପୋଷାକ ମଧ୍ୟ ଏହିପରି ରହିବ।

   Related Posts