NASAର ବଡ ସଫଳତା, ଅନ୍ତରୀକ୍ଷରେ ହେବନି ଦୁର୍ଘଟଣା, କ୍ର୍ୟୁ ଡ୍ରାଗନ ବଞ୍ଚାଇବ ମହାକାଶଚାରୀଙ୍କ ଜୀବନ

Published By : Prameya-News7 Bureau | January 20, 2020 IST

ୱାସିଂଟନ:  ଅନ୍ତରୀକ୍ଷକୁ ପଠାଯାଉଥିବା ମହାକାଶଚାରୀଙ୍କୁ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଏବେ ଉଦ୍ଧାର କରିହେବ। ମହାକାଶଚାରୀ ଯାତ୍ରା କରୁଥିବା ରକେଟରେ ଯଦି କିଛି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସେମାନଙ୍କୁ ସଫଳତାର ସହ ପୃଥିବୀକୁ ଫେରାଇ ଆଣିବା ଲାଗି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସାର ଏକ ପରୀକ୍ଷଣ ସଫଳ ହୋଇଛି।

{"id":213994,"sizeSlug":"large"}

ଆମେରିକୀର ଫ୍ଲୋରିଡାସ୍ଥିତ ଜନ୍ ଏଫ କେନେଡି ଅନ୍ତରୀକ୍ଷ କେନ୍ଦ୍ରରୁ  ଫାଲକନ-୯ ରକେଟ ଦ୍ୱାରା ଏବୋର୍ଟ  ପରୀକ୍ଷା କରାଯାଇଥିଲା। ଯାହା ସଫଳ ହୋଇଥିବା ଜଣାପଡିଛି।  ରକେଟରେ ଯାତ୍ରୀଙ୍କୁ ରଖିବା ଲାଗି ବ୍ୟବହାର କରାଯାଉଥିବା କ୍ର୍ୟୁ ଡ୍ରାଗନ କ୍ୟାପସୁଲକୁ ଅଚଳ କରାଯାଇଥିଲା। ତେବେ ରକେଟକୁ ଖୁବ ସଫଳତାର ସହ ରକ୍ଷା କରାଯାଇଥିଲା।

{"id":213995,"sizeSlug":"large"}

କରାଯାଇଥିବା ପରୀକ୍ଷଣରେ ରକେଟ୍ ୧୦ ମାଇଲ ଉଚ୍ଚତାରେ ପହଞ୍ଚିବା ପରେ ଏହାର ଇଞ୍ଜିନକୁ ବନ୍ଦ କରାଯାଇଥିଲା। ଉଡାଣର ୮୪ ସେକେଣ୍ଡ ପରେ ରକେଟ୍‌ରୁ ଡ୍ରାଗନକୁ ପୃଥକ କରାଯାଇଥିଲା। ଏହି କ୍ୟାପସୁଲରେ ନିଜର ଇଞ୍ଜିନ ଥିଲା। ଯାହା ତୁରନ୍ତ ଚାଲୁ ହେବା ସହ ରକେଟ୍ ଠାରୁ ନିଜକୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଦୂରକୁ ନେଇଯାଇଥିବା ବେଳେ ପରେ ପାରାସ୍ୟୁଟ୍ ଜରିଆରେ ଆଟଲିଣ୍ଟିକ ମହାସାଗରରେ ଅବତରଣ କରିଛି। ଏ ସମସ୍ତ କାର୍ଯ୍ୟକ୍ରମ ମାତ୍ର ୯.୨ ସେକେଣ୍ଡ ମଧ୍ୟରେ ହୋଇଛି। ଏଣୁ ଅନ୍ତରୀକ୍ଷ ଯାତ୍ରୀଙ୍କ ଲାଗି ଏପର୍ଯ୍ୟନ୍ତ ଥିବା ଦୁର୍ଘଟଣା ଭୟ ଦୂର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.