ଡାକ୍ତରଙ୍କ ସୂଚନା: ଆଲେକ୍ସି ନଭାଲନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କୌଣସି ମୂହୁର୍ତ୍ତରେ ହୋଇପାରେ ହୃଦଘାତ

Published By : Prameya-News7 Bureau | April 17, 2021 IST

ପୋକରୋଭ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଚିର ବିରୋଧୀ ତଥା କ୍ରେମଲିନ୍‌ ସମାଲୋଚକ ଆଲେକ୍ସି ନଭାଲନୀ କୌଣସି ମୂହୁର୍ତ୍ତରେ ହୃଦଘାତର ଶିକାର ହୋଇପାରନ୍ତି। ଶନିବାର ଏହି ସୂଚନା ଦେଇଛନ୍ତି ତାଙ୍କୁ ଜେଲରେ ଚିକିତ୍ସା କରୁଥିବା ଡାକ୍ତର। ସେ ଜେଲରେ ବନ୍ଦୀ ଥିବାବେଳେ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଦାବି କରି ଗତ ମାର୍ଚ୍ଚ ୩୧ ତାରିଖରୁ ଆମରଣ ଅନଶନ କରୁଛନ୍ତି। ଅର୍ଥ ହଡପ ଅଭିଯୋଗରେ ସେ ଏବେ ରାଜଧାନୀ ମସ୍କୋ ଠାରୁ ୧୦୦ କିଲୋମିଟର ଦୂର ପୋକରୋଭର ପେନାଲ ଟାଉନସ୍ଥିତ ଜେଲରେ ବନ୍ଦୀ ଅଛନ୍ତି।

{"id":440050,"width":838,"height":469,"sizeSlug":"large","linkDestination":"none"}

ନଭାଲନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୂଚନା ମିଳିବା ପରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ଆନାସ୍ଥେସିଆ ଭାସିଲେଭା ଓ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ସହ ଅନ୍ୟ ୩ ଜଣ ଡାକ୍ତର ଜେଲ କର୍ତ୍ତୃପକ୍ଷଙ୍କୁ ଭେଟି ତାଙ୍କ ଚିକିତ୍ସା ଲାଗି ଆଗ୍ରହୀ ଥିବା କହିଛନ୍ତି। ଏଥିଲାଗି ତାଙ୍କୁ ତୁରନ୍ତ ମଞ୍ଜୁରି ଦେବାକୁ ନିବେଦନ କରିଥିବା ବେଳେ ଏ ନେଇ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଆସି ନାହିଁ।

{"id":440051,"width":838,"height":471,"sizeSlug":"large","linkDestination":"none"}

ଗତବର୍ଷ ଅଗଷ୍ଟମାସରେ ବିମାନଯୋଗେ ନଭାଲନୀ ମସ୍କୋ ଫେରୁଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚାରେ ନର୍ଭ ଏଜେଣ୍ଟ ନଭିଚୋକ ଦେଇଦିଆଯାଇଥିଲା। ଦୀର୍ଘ ସମୟ କୋମାରେ ରହିବା ପରେ ସେ ଜର୍ମାନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ସୁସ୍ଥ ହୋଇଫେରିବା ପରେ ରାଷ୍ଟ୍ରପତି ଓ ତାଙ୍କ ନୀତିଙ୍କୁ ବିରୋଧ କରିବା କାରଣରୁ ଅର୍ଥହେରଫେର ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥଲେ।

{"id":440052,"width":839,"height":594,"sizeSlug":"large","linkDestination":"none"}

କୋର୍ଟ ତାଙ୍କୁ ଅଢେଇ ବର୍ଷ ଜେଲଦଣ୍ଡାଦେଶ କରିଥିବା ବେଳେ ତାଙ୍କୁ ପେନାଲ ଟାଉନ ଜେଲରେ ରଖା ଯାଇଛି। ତେବେ ସେଠାରେ ସେ ପିଠି ଓ ଅଣ୍ଟାତଳକୁ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଥିଲେ। ହେଲେ ଜେଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବାରୁ ସେ ମାର୍ଚ୍ଚ ୩୧ ତାରିଖ ଦିନ ଜେଲରେ ଅନଶନ ଆରମ୍ଭ କରିଥିଲେ। ଅନଶନ ଯୋଗୁ ସେ ଅତ୍ୟନ୍ତ ରୁଗ୍ଣ ହୋଇପଡିଥିବା ବେଳେ ଗତବର୍ଷ ତାଙ୍କୁ ଦିଆଯାଇଥିବା ନୋଭିଚୋକ୍‌ ଯୋଗୁ କୌଣସି ମୂହୁର୍ତ୍ତରେ ହୃଦଘାତର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.