Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସୁରତରୁ ଆସିଲା କୋରନାର ଭୟାନକ ଚିତ୍ର, ୨୪ ଘଣ୍ଟା ଜଳୁଛି ଚିତା, ତରଳି ଗଲା ଭାଟି

12/04/2021 at 10:52 PM

ସୁରତ, ୧୨/୦୪: ଗୁଜୁରାଟରେ କରୋନାର ପ୍ରକୋପ କିପରି ରହିଛି ତାହା ଏଥିରୁ ଜଣାପଡ଼ିବ ଯେ, ଶବ ଦାହ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଭାଟି ତରଳି ଯାଇଛି । ସହରରେ ତିନୋଟି ପ୍ରମୁଖ ଶ୍ମଶାନ ଗୃହ ରହିଛି । ରାମନାଥ ଘେଲା, ଅଶ୍ୱୀନକୁମାର ଏବଂ ଜାହାଙ୍ଗୀରପୁରା ଶ୍ମଶାନ । ଏହି ତିନୋଟି ସ୍ଥାନରେ ୨୪ ଘଣ୍ଟା ଶବଗୁଡ଼ିକର ଅନ୍ତିମ ସଂସ୍କାର ଜାରି ରହିଛି । ଏହି କାରଣରୁ ଶବ ପୋଡ଼ିବା ପାଇଁ ଶ୍ମଶାନରେ ରହିଥିବା ଭାଟି ତରଳି ଯାଇଛି ।

ପୂର୍ବ ଆଠ ଦଶ ଦିନ ଧରି ଶବଦାହ ଶବ ଶ୍ମଶାନକୁ ଆସିବାରେ ଲାଗିଛି। ଏହି ଶବ ଗୁଡ଼ିକୁ ଦାହ କରିବା ପାଇଁ ଅନେକ ଆଧୁନିକ ମେଶିନ୍‌ ସହ ବିଭିନ୍ନ ପଦ୍ଧତି ଗ୍ରହଣ କରାଯାଉଛି । ରାତିସାରା  ଶବଦାହ କରାଯାଉଥିବା ଗ୍ୟାସ ଚୁଲାଗୁଡ଼ିକ ଚାଲୁ ରହିଛି । ଏହି କାରଣରୁ, ଚୁଲିର କିଛି ଅଂଶ ତରଳି ଯାଇଛି । ସୁରତରେ ଥିବା ତିନୋଟି ଶ୍ମଶାନ ଗ୍ୟାସ୍ ଚୁଲିର ଗ୍ରିଲ୍ ତରଳି ଯାଇଥିବା ଜଣାପଡ଼ିଛି ।

ଅଧିକରୁ ଅଧିକ ଶବ ସୁରତର ରାମନାଥ ଗେଲା ଶ୍ମଶାନରେ ପହଞ୍ଚୁଛି । ଏଭଳି ପରିସ୍ଥିତିରେ ଶବଦାହର ମୁଖ୍ୟ ହରିଶଭାଇ ଉମ୍ରିଗର କହିଛନ୍ତି ଯେ, ପ୍ରତ୍ୟେକ ଦିନ ୧୦୦ଟି ଶବ ଦାହ ପାଇଁ ଆସୁଛି । ଏହି କାରଣରୁ, ଗ୍ୟାସ୍ ଚୁଲା ୨୪ ଘଣ୍ଟା ଚାଲୁରହିଛି । ରାତିବେଳେ ମଧ୍ୟ ବନ୍ଦ ରହୁ ନାହିଁ । ଗରମ ହେତୁ ଗ୍ୟାସ ଚୁଲିରେ ଥିବା କୋଣଗୁଡ଼ିକ ମଧ୍ୟ ତରଳି ଯାଇଛି ।

   Related Posts