Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କେଇ ଘଣ୍ଟାରେ ଆଗପଛ ହୋଇ ଚାଲିଗଲେ ମା’-ଝିଅ : କରୋନା ଭୟରେ ପାଖ ମାଡିଲେନି ସାହି-ପଡିଶା, ପ୍ରଶାସନର ହସ୍ତକ୍ଷେପ ପରେ ହେଲା ଶବ ସତ୍କାର

15/05/2021 at 1:14 PM

ସାନଖେମୁଣ୍ଡି ୧୫।୫: କରୋନା ସଂକ୍ରମଣ ଭୟରେ ପାଖ ମାଡିଲେନି ସାହି ପଡିସା କି ଗାଁ ଲୋକେ । କେଇ ଘଣ୍ଟା ବ୍ୟବଧାନରେ ଚାଲିଗଲା ଗୋଟିଏ ପରିବାର ଦୁଇଟି ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଧର୍ମରାୟପୁର ଗାଁରେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ଧର୍ମରାୟପୁର ଗାଁ ୭୦ ବର୍ଷ ବୟସ୍କା ବୃଦ୍ଧା ତମାଳ ପଣ୍ଡାଙ୍କର ମୃତ୍ୟୁ ହୋଇଥିବା ବେଳେ ଶନିବାର ସକାଳୁ ବୃଦ୍ଧାଙ୍କ  ଝିଅ ୩୮ ବର୍ଷ ବୟସ୍କା ନଳିନୀ କୁମାରୀ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ସତ୍କାର ପାଇଁ କେହି ଆଗେଇ ଆସିଲେ ନାହିଁ । ପରେ ମୃତକଙ୍କ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ପ୍ରଶାସନ ହସ୍ତକ୍ଷେପ ପରେ  ପିପିଇ କିଟ୍ ପ୍ରଦାନ କରାଯିବା ପରେ ଏରେଣ୍ଡ୍ର। ଗାଁର ଦୁଇ ସ୍ବେଚ୍ଛାସେବୀ ବୁଡୁ ବରାଡ, ମଙ୍ଗୁଲୁ ଜେନା ଏବଂ ପୁଅ, ଜ୍ବାଇଁ ମିଶି ଶବକୁ କାନ୍ଧ ଦେଇଥିଲେ । ଘଟଣାସ୍ଥଳରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲଙ୍କ ଉପସ୍ଥିତରେ ଶବ ସତ୍କାର କରାଯାଇଥିବା ସୂଚନା ମିଳିଛି।

   Related Posts