Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସାମ୍ନାକୁ ଆସିଲା ଆଉ ଏକ ଅମାନବୀୟ ଘଟଣା: ଟାୟାର ଜାଳି ମୃତଦେହର ଅନ୍ତିମ ସଂସ୍କାର, ପୋଲିସ ସାଜିଲା ମୂକ ଦର୍ଶକ

18/05/2021 at 4:07 PM

ବଲିଆ ୧୮।୦୫: କରୋନା କାଳରେ ଉତ୍ତର ପ୍ରଦେଶ ଓ ବିହାରର ଅନେକ ସ୍ଥାନରୁ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। କେତେବେଳେ ନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳୁଛି ତ ଆଉ କେତେବେଳେ ବାଲିରେ ମୃତଦେହକୁ ପୋତି ଦେବା ଭଳି ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳୁଛି। ମାନବଜାତିକୁ କୁଠାରଘାତ କରି ଦେବା ଭଳି ଆଉ ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ବଲିଆରେ ସାମ୍ନାକୁ ଆସିଛି।

ଏକ ମୃତଦେହର ଅନ୍ତିମ ସଂସ୍କାର ଟାୟାର ଜାଳି କରାଯିବାର ଅମାନବୀୟ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ବଲିଆର ମାଲଦେପୁର ଗାଁରେ ଉଦ୍ଧାର ମୃତଦେହର ଅନ୍ତ୍ୟେଷ୍ଟି ଟାୟାରରେ ପେଟ୍ରୋଲ ଢାଳି କରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ସବୁଠୁ ବିଚଳିତ କରିଛି ଯେ, ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଧରଣର ଅନ୍ତିମ ସଂସ୍କାର କରାଯାଉଛି। ଆଉ ସମସ୍ତେ ମୂକ ଦର୍ଶକ ହୋଇ ଅଭାବନୀୟ ଦୃଶ୍ୟକୁ ଦେଖି ଚାଲିଛନ୍ତି।

ଯେମିତି ମାମଲା ଗଣମାଧ୍ୟମ ପର୍ଯ୍ୟନ୍ତ ପହଞ୍ଚିଲା ପୋଲିସ ଅଧୀକ୍ଷକ(ଏସପି) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ସମ୍ବେଦନହୀନ ମାମଲାରେ ପାଞ୍ଚ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ମାମଲାର ତଦନ୍ତ ଆଦେଶ ମଧ୍ୟ ଦିଆଯାଇଛି। ଏହି ପୂରା ଘଟଣା ବଲିଆର ଫେଫନା ଥାନା ଅନ୍ତର୍ଗତ ମଲ୍‌ହାପୁର ଗାଁରେ ଘଟିଥିବା କୁହାଯାଉଛି। ପୋଲିସ ଅଧିକାରୀ ଡ. ବିପିନ ତାଡା କହିଛନ୍ତି, ସୋମବାର ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା।

ପୋଲିସ ଅଧିକାରୀ କହିଛନ୍ତି, ଅତିରିକ୍ତ ଏସପି ସଞ୍ଜୟ ସିଂହ ଯାଦବ ଏହି ମାମଲାର ପୂରା ରିପୋର୍ଟ ପ୍ରଦାନ କରିବେ। ଯେଉଁ ପାଞ୍ଚ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ମଧ୍ୟରେ ଜୟ ସିଂହ, ଉମେଶ ପ୍ରଜାପତି, ବୀରେନ୍ଦ୍ର ଯାଦବ, ପୁନିତ ପାଲ ଓ ଜୟ ସିଂହ ଚୌହ୍ଵାନ ସାମିଲ।

ଅନ୍ୟଟେ ଫେଫନା ଥାନା ଅଧିକାରୀ ସଞ୍ଜୟ ତ୍ରିପାଠୀ କହିଛନ୍ତି, ମାଲଦେପୁର ଗାଁରେ ଗଙ୍ଗା ନଦୀରୁ ମିଳିଥିବା ଏକ ମୃତଦେହର ମେ ୧୫ରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ ମୃତଦେହକୁ ଟାୟାର  ଉପରେ ରଖି ପେଟ୍ରୋଲ ଢାଳି ଜଳା ଯାଇଥିଲା। ଏହି ସମୟରେ ପୋଲିସ କର୍ମଚାରୀ ସେଠାରେ ଉପସ୍ଥିତ ଥିବା ଭିଡିଓରୁ ସ୍ପଷ୍ଟ ଦେଖିବାକୁ ମିଳିଛି। ମୃତଦେହର ଏହି ଭଳି ଶବସତ୍କାର ହେବ ମାନବଜାତିକୁ ଆଘାତ ଦେଇଥିବା ଥାନା ଅଧିକାରୀ କହିଛନ୍ତି।

   Related Posts