Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ

2/12/2020 at 10:28 AM

ମାଲକାନଗିରି ୨।୧୨: ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନାହିଁ ଜାଗା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଗାଁ ଦାଣ୍ଡରେ ପଡି ରହିଛି ମୃତଦେହ । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା ।

ମଙ୍ଗଳବାର ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଡଡିଗୁଡା ଗାଁର ପାଣ୍ଡୁ ମାଡକାମୀ ନାମକ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଗ୍ରାମବାସୀ ଗାଁ ମାଶାଣୀରେ ଶବ ସତ୍କାର କରିବାକୁ ମନା କରିବା ପରେ ଗାଁରେ ଦେଖା ଦେଇଛି ଉତ୍ତେଜନା । ଡଡିଗୁଡା ଗାଁରେ ପ୍ରାୟ ୯୦ଟି କୋୟା ଆଦିବାସୀ ପରିବାର ବସବାସ କରୁଥିବା ବେଳେ ସମସ୍ତେ ହିନ୍ଦୁ ଧର୍ମାବଲମ୍ବୀ । ହେଲେ ପାଣ୍ଡୁ ମାଡକାମୀଙ୍କ ପରିବାର ଗତ କିଛି ଦିନ ତଳେ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ହୋଇଥିବାରୁ ଗାଁ ଲୋକେ ହିନ୍ଦୁ ମଶାଣୀରେ ତାଙ୍କର ଶବ ସତ୍କାର କରିବାକୁ ବାରଣ କରିଛନ୍ତି ।

ଏମିତି କି ମଙ୍ଗଳବାର ଦିନ ତମାମ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଏକ ପ୍ଲାଟୁନ ପୋଲିସ ସହ ମାଲକାନଗିରି ଥାନା ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ସେଥିରେ ମଧ୍ୟ ଗାଁ ଲୋକେ ନବୁଝିବାରୁ ରାତିରେ ମାଲକାନଗିରି ତହସିଲଦାର ଗାଁରେ ପହଞ୍ଚି ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ନେଇ ଏକ ସଭା କରିଥିଲେ । ହେଲେ ସଭାରେ ମୃତ ପାଣ୍ଡୁ ମାଡକାମୀଙ୍କ ପରିବାର ଲୋକେ ନିଜ ଜମିରେ ଶବ ସତ୍କାର କରିବାକୁ ଅନୁମତି ମାଗିଥିଲେ ହେଁ ଗାଁ ଲୋକେ ଏହାର ଅନୁମତି ଦେଇନଥିଲେ ।

ଗାଁ ଲୋକଙ୍କ ଗୋଟିଏ ଜିଦ୍ ମୃତଦେହକୁ ଗାଁଠାରୁ ବାହାରକୁ ନେଇ ଶବ ସତ୍କାର କରାଯାଉ ହେଲେ ଏଥିରେ ରାଜି ନୁହଁନ୍ତି ପାଣ୍ଡୁ ମାଡକାମୀଙ୍କ ପରିବାର । ବର୍ତ୍ତମାନ ସୁଦ୍ଧା ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଗାଁରେ ପୋଲିସ ମୁତୟନ ହୋଇଛନ୍ତି ।

   Related Posts