Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନାରେ ଦିଲ୍ଲୀରେ ହାହାକାର ପରିସ୍ଥିତି, ଶ୍ମଶାନ ଘାଟରେ ବି ଜାଗା ନିଅଣ୍ଟ, ପାର୍କ ପାଲଟିଲା ମଶାଣି

25/04/2021 at 3:58 PM

ନୂଆଦିଲ୍ଲୀ ୨୫।୦୪: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ଦ୍ଵିତୀୟ ଲହରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ କେବଳ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁ ନାହିଁ ବରଂ ରେକର୍ଡ ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଅବସ୍ଥା ଏମିତି ରହିଛି ଯେ, ଶ୍ମଶାନ ଘାଟରେ ଦାହ ସଂସ୍କାର ପାଇଁ ଲମ୍ବା ଲାଇନ ଲାଗୁଛି। କେବଳ ଏତିକି ନୁହେଁ ଶ୍ମଶାନରେ ଜାଗା ଅଭାବରୁ ଅନେକ ସ୍ଥାନରେ ପାର୍କରେ ଅନ୍ତିମ ସଂସ୍କାର କରାଯାଉଛି। ଏମିତି ଦୃଶ୍ୟ ଦିଲ୍ଲୀର ସରାୟ କାଲେ ଖାନ ସ୍ଥିତ ଶ୍ମଶାନ ଘାଟରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ତିନି ନଗର ନିଗମର ୯ଟି କ୍ଷେତ୍ରରେ ୨୧ ଶ୍ମଶାନ ଓ କବରସ୍ତାନ ରହିଛି। ମାତ୍ର ଯେଉଁ ହିସାବରେ ମୃତକଙ୍କ ସଂଖ୍ୟା ବଢିଚାଲିଛି ଶ୍ମଶାନ ଘାଟରେ ଜାଗା ନିଅଣ୍ଟ ପଡି ଯାଉଛି। ଏହି କାରଣରୁ ସରାୟ କାଲେ ଖାନ ସ୍ଥିତ ଏକ ପାର୍କରେ ଅନ୍ତିମ ସଂସ୍କାର କରାଯାଉଛି, ଯେଉଁଠି ଲୋକେ ପରିଭ୍ରମଣ କରିବାକୁ ଏବଂ ମୁକ୍ତ ପବନ ପାଇଁ ଆସିଥାନ୍ତି।

ଦିଲ୍ଲୀର ସରାୟ  କାଲେ ଖାନ ଅଞ୍ଚଳରେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ପାର୍କରେ ଅଲଗା ୫୦ କଙ୍କ୍ରିଟ୍ ଦାହର ବ୍ୟବସ୍ଥା କରାଯାଉଛି। ପୂର୍ବରୁ ଏଠାରେ ୨୦ କଙ୍କ୍ରିଟ୍ ଦାହ ଥିଲା। ଜୁଇ ତିଆରି କରୁଥିବା ଠିକାଦାର କହିଛନ୍ତି, ଏଠାକୁ ଶବ ଏତେ ମାତ୍ରାରେ ଆସୁଛି ଯେ, ଶ୍ମଶାନ ଘାଟ ଛୋଟ ପଡି ଯାଉଛି। ଏଥିପାଇଁ ନୂତନ କଙ୍କ୍ରିଟ୍ ଶବଦାହର ବ୍ୟବସ୍ଥା କରାଯାଉଛି।

କେବଳ  ଏତିକି ନୁହେଁ ଏହି ଶ୍ମଶାନ  ଘାଟରେ କାଠର ଘୋର ଅଭାବ ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ଯେ, ଅନ୍ତିମ ସଂସ୍କାର ପାଇଁ କେବେ ଏମସିଡି ତ କେବେ ଅନ୍ୟ କୌଣସି ସଂଗଠନ କାଠର ବନ୍ଦୋବସ୍ତ କରୁଛନ୍ତି। ଦିଲ୍ଲୀରେ ଶନିବାର କରୋନା ଭାଇରସ୍ ସଂକ୍ରମଣ କାରଣରୁ ଗୋଟିଏ ଦିନରେ ସର୍ବାଧିକ ୩୫୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୪୦୦୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

   Related Posts