Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ସ୍ତ୍ରୀକୁ ୪୧ ଥର ଛୁରୀରେ ଆକ୍ରମଣ କଲା ସ୍ୱାମୀ, ତଥାପି ମନ ଶାନ୍ତି ହେଲାନି ଯେ ପାନାରେ ଦେଲା ଶକ୍ତ ପ୍ରହାର : ମହିଳାଙ୍କ ମୁଣ୍ଡ ଫାଟି ବାହାରିଗଲା ଦହି

4/02/2019 at 2:46 PM

ଗୁରୁଗ୍ରାମ ୪/୨ :ହରିୟାଣାର ଗୁରୁଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟା ଘଟଣା ସାମ୍ନାକୁ ଆସିଛି | ଜଣେ ବ୍ୟକ୍ତି ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ନିଜ ସ୍ତ୍ରୀକୁ ଅତି ନିର୍ମମ ହତ୍ୟା କରିଛି | ଅଭିଯୁକ୍ତ ନିଜ ସ୍ତ୍ରୀକୁ ଥରେ କି ଦୁଇଥର ନୁହେଁ ବରଂ ୪୧ ଥର ଏକ ଛୁରୀରେ ଆକ୍ରମଣ କରିଥିଲେ | ଏତିକିରେ ମନ ଶାନ୍ତି ହେଲା ନାହିଁ ଯେ, ଏକ ଲୁହାର ପାନା ଆଣି ମହିଳାଙ୍କ ମୁଣ୍ଡକୁ ଏତେ ଥର ବାଡ଼େଇଥିଲା ଯେ, ମୁଣ୍ଡରୁ ଦହି ବାହାରି ଯାଇଥିଲା |


ଗୁରୁଗ୍ରାମ ସେକ୍ଟର-୫ ଥାନା ଅନ୍ତର୍ଗତ ଅଶୋକ ନଗର ଫେଜ-୧ ଅଂଚଳରେ ଘଟିଛି ଏହି ହତ୍ୟାକାଣ୍ଡ | ଦିଲ୍ଲୀର ୨୪ ବର୍ଷ ବୟସ୍କା ବଂଶିକାଙ୍କ ବାହାଘର ୨୦୧୭ ମସିହାରେ ଗୁରୁଗ୍ରାମର ପଙ୍କଜ ଭରଦ୍ୱାଜଙ୍କ ସହିତ ହୋଇଥିଲା | ବିବାହର ବର୍ଷେ ପର୍ଯ୍ୟନ୍ତ ସବୁ ଠିକ ଚାଲିଥିଲା | କିନ୍ତୁ ଧୀରେ ଧୀରେ ବଂଶିକାଙ୍କ ଘରଲୋକେ ପ୍ରତି କଥାରେ ଦଖଲ ଦେବା ଆରମ୍ଭ କରିଥିଲେ | ଘରଲୋକଙ୍କ କଥାରେ ପଡି ବଂଶିକା କଥା କଥାରେ ପଙ୍କଜଙ୍କୁ ଅପମାନ ଦେଉଥିଲେ | ତାଙ୍କ ସହିତ ଭଲ ବ୍ୟବହାର ମଧ୍ୟ କରୁନଥିଲେ ବଂଶିକା | ଏମିତିକି ବଂଶିକା ସ୍ୱାମୀଙ୍କ କୌଣସି କଥା ମଧ୍ୟ ଶୁଣୁନଥିଲେ | କେବଳ ତାଙ୍କ ବାପା ଘରଲୋକଙ୍କ କଥା ହିଁ ଶୁଣୁଥିଲେ |


ପଙ୍କଜ ବଂଶିକାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ବୁଝିନଥିଲେ | ଯାହାଫଳରେ ପଙ୍କଜ ଚିନ୍ତାରେ ପଡି ଯାଇଥିଲେ | ଧୀରେ ଧୀରେ ପଙ୍କଜଙ୍କୁ ସ୍ତ୍ରୀ ପ୍ରତି ଘୃଣା ଭାବ ଆସିଥିଲା | ସେ ସ୍ତ୍ରୀଠୁ ଅପମାନର ପ୍ରତିଶୋଧ ନେବା ପାଇଁ ନିଷ୍ପତ୍ତି ନେଲେ | ରବିବାର ଦିନ ପଙ୍କଜ ଅଶୋକ ନଗର ସ୍ଥିତ ରହୁଥିବା ଘରେ ହିଁ ବଂଶିକାଙ୍କୁ ହତ୍ୟା କରିଥିଲେ | ପଙ୍କଜ ଏକ ଧାରୁଆ ଛୁରୀରେ ୪୧ ଥର ବଂଶିକାଙ୍କୁ ଆକ୍ରମଣ କରିଥିଲେ | ବଂଶିକା ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯାଇଥିଲେ | ତଥାପି ପଙ୍କଜଙ୍କ ମନ ଶାନ୍ତି ହେଲାନାହିଁ | ପଙ୍କଜ ଏକ ଲୁହାର ପାନା ଆଣି ମୁଣ୍ଡକୁ ଏତେ ଥର ପ୍ରହାର କରିଥିଲା ଯେ ବଂଶିକାଙ୍କ ମୁଣ୍ଡ ଫାଟି ଦହି ବାହାରକୁ ବାହାରି ଯାଇଥିଲା |


ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଏବଂ ପଙ୍କଜର ଜଣେ ବନ୍ଧୁକୁ ପୋଲିସ ଗିରଫ କରିଛି | ପଙ୍କଜର ବନ୍ଧୁ ନସିମ ଏହି ହତ୍ୟା ଷଡଯନ୍ତ୍ର ସାମିଲ ଥିଲା ବୋଲି କହିଛି ପୋଲିସ, ଯେଉଁଥିପାଇଁ ତାକୁ ଗିରଫ କରାଯାଇଛି | ସେ ପଙ୍କଜ ପାଇଁ ଧାରୁଆ ଛୁରୀ କିଣି ଆଣିଥିଲା | ପୋଲିସ ପଙ୍କଜର ବାପା ବିଜୟ କୁମାର, ତାଙ୍କ ମା ବାଲେଶ ଦେବୀ ଏବଂ ପଙ୍କଜଙ୍କ ଭାଇ ହେପ୍ପୀ ନାଁରେ ମଧ୍ୟ ମାମଲା ରୁଜ୍ଜୁ କରିଛି | ପୋଲିସ କହିଛି ଯେ, ଏମାନେ ମଧ୍ୟ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିଲେ |


ପଙ୍କଜର ବାପା ବିଜୟ କୁମାର ଏକ ସ୍ଥାନୀୟ ଦୈନିକ ଖବର କାଗଜର ସମ୍ପାଦକ ଏବଂ ପ୍ରକାଶକ ଅଛନ୍ତି | ଘଟଣା ପରେ ପଙ୍କଜଙ୍କ ଘରଲୋକ ଫେରାର ଅଛନ୍ତି | ବଂଶିକାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ବିବାହ ପରେ ଯୌତୁକ ପାଇଁ ତାଙ୍କ ଝିଅକୁ ନିର୍ଯ୍ୟାତନା ଦିଅ ଯାଉଥିଲା | ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି |

   Related Posts