Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଣେ ବ୍ୟକ୍ତିଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ଫିମେଲ୍ ଗାୟିକା ପଠାଇଲେ ତାଙ୍କ ଏହି ଅଙ୍ଗର ନଗ୍ନ ଫଟୋ

ମୁମ୍ବାଇ ୨୨|୫: ମିଟୁ ( mee too) ପରେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏହି ମାମଲା ମଧ୍ୟ ସିନେମା ଜଗତରୁ ଆସିଛି । ଜଣେ ବ୍ୟକ୍ତି ଫିମେଲ ସିଂଗରକୁ ତାଙ୍କର  ନଗ୍ନ ଫଟୋ ପଠାଇବାକୁ କହିଥିଲେ। ରିପୋର୍ଟ ଅନୁସାର ସାଉଥ ଇଣ୍ଡଷ୍ଟ୍ରିର ଫେମସ ଗାୟିକା ଚିନ୍ମୟୀ ଶ୍ରୀପଦାଙ୍କୁ ଇନଷ୍ଟାଗ୍ରାମରେ ଜଣେ ଫଲୋୟର ତାଙ୍କ ନଗ୍ନ ଫଟୋ ଦେଖିବାକୁ ଡିମାଣ୍ଡ କରିଥିଲେ।

ସୂଚନାଯୋଗ୍ୟ ଯେ, ଗାୟିକା କିଛି ପଦକ୍ଷେପ ନଉଠାଇ ଚୁପଚାପ ତାଙ୍କୁ ନଗ୍ନ ଫଟୋ ପଠାଇଥିଲେ। କିନ୍ତୁ ନଗ୍ନ ଫଟୋ ସେ ନିଜର ପଠାଇନଥିଲେ। ପ୍ରକୃତରେ ଚିନ୍ମୟୀ ଏହି ଫଲୋୟରଙ୍କୁ କଡା ଜବାବ ଦେବାକୁ ଚାହିଁଥିଲେ । ତେଣୁ ସେ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଭିନ୍ନ ଧରଣର ପଦକ୍ଷେପ ନେଇଥିଲେ।

ନଗ୍ନ ଫଟୋ ବଦଳରେ ସେ ନ୍ୟୁଡ୍‌ ଲିପଷ୍ଟିକ୍‌ର ଫଟୋ ପଠାଇଥିଲେ। ଫଟୋ ସେୟାର କରିବା ସହ ସେ ଲେଖିଥିଲେ ଯେ, “ମେରେ କୁଛ ପସନ୍ଦିଦାର ନ୍ୟୁଡ୍‌ସ”। ସେ ଲେଖିଥିଲେ ଯେ, ନ୍ୟୁଡ ଲିପଷ୍ଟିକର ରଂଗ ମଧ୍ୟ ମଣିଷ ଚମର ରଂଗ ସହ ସମାନ। ନ୍ୟୁଡ୍‌ ଲିପଷ୍ଟିକ୍‌ ରଂଗର ୩୦-୪୦ ପ୍ରକାରର ସେଡ୍‌ସ ବଜାରରେ ମିଳେ।

ଏଭଳି ଘଟଣା  ଚିନ୍ମୟୀଙ୍କ ସହ ପ୍ରଥମ ଥର ପାଇଁ ହୋଇନାହିଁ। ତାଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ମଧ୍ୟ ଏଭଳି ଘଟଣାର ଶିକାର ହୋଇଛନ୍ତି। ଏ ସମ୍ପର୍କରେ ବାହାରେ ପ୍ରଚାର ନକରିବା ପାଇଁ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା। କିନ୍ତୁ ସେ ଡରିନଥିଲେ ଓ ସୋସିଆଲ ମିଡିଆରେ ଏହି ବିଷୟରେ ଆଲୋଚନା କରି ଅନ୍ୟ ମାନଙ୍କୁ ସତର୍କ ରହିବାକୁ କହିଥିଲେ। ।

516 Views

   ସମ୍ବନ୍ଧିତ ଖବର