କ୍ରେଡିଟ୍ କାର୍ଡ ଉପରେ ମିଳୁଛି ଜବରଦସ୍ତ ଅଫର ଓ ରିୱାର୍ଡସ୍ ପଏଣ୍ଟ , କଣ ଆପଣଙ୍କ ପାଖରେ ଅଛି କି ଏହି କାର୍ଡ…

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଳୀ ୧୯।୦୧ : ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲାଇଜେସନ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲୋକମାନେ କ୍ରେଡିଟ୍ କାର୍ଡ ବହୁ ମାତ୍ରାରେ  ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଅନେକ ବ୍ୟାଙ୍କ ଏବଂ କମ୍ପାନୀ ଗ୍ରାହକଙ୍କୁ ଲୋଭ ଦେଖାଇ ବିଭିନ୍ନ ପ୍ରକାରର ଅଫର ଜାରି କରନ୍ତି । ବର୍ତ୍ତମାନ ଅଧିକାଂଶ ଲୋକ ଅନଲାଇନ୍ ସପିଂ କରିବା ସମୟରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଏବେ ଅନେକ କ୍ରେଡିଟ କାର୍ଡ ଅପସନ ବଜାରକୁ ଆସିଛି, ଯେଉଁଥିରେ ଆମେ ନିଜ ପାଇଁ ଭଲ ଅପସନ ଖୋଜିବା ବହୁତ କଷ୍ଟକର ହୋଇ ପଡିଛି । ତେଣୁ ଆସନ୍ତୁ ଆପଣଙ୍କୁ କ୍ରେଡିଟ୍ କାର୍ଡ ପାଇଁ ସବୁ ଠାରୁ ଭଲ ଅପସନ ବିଷୟରେ କହିବାକୁ ଯାଉଛୁ ଯାହା ଲୋକମାନେ ମଲରେ ସପିଂ, ରେଷ୍ଟୁରାଣ୍ଟରେ ଖାଇବା, ମନୋରଞ୍ଜନ ଇତ୍ୟାଦି ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରି ଅନେକ ପ୍ରକାରର ସୁବିଧା ମଧ୍ୟ ପାଇପାରିବେ ।

ତେବେ କହିବାକୁ ଗଲେ HDFC ରେଗାଲିଆ କ୍ରେଡିଟ୍ କାର୍ଡ ଏହାର ଗ୍ରାହକଙ୍କ ପାଇଁ ଅନେକ ଭଲ ଅଫର ଆଣିଛି । ଏହାକୁ ବ୍ୟବହାର କରିବା ଦ୍ବାରା ଇନସ୍ୟୁରାନ୍ସ , ୟୁଟିଲିଟି, ଶିକ୍ଷା ଏବଂ ଭଡା ଉପରେ ପ୍ରତି ୧୫୦ ଟଙ୍କା ଉପରେ  ୪ ପଏଣ୍ଟ ମିଳିବ । ଏହା ସହ ଏହି ପଏଣ୍ଟ ଗୁଡିକ ଫ୍ଲାଇଟ୍ ବୁକିଂ, ହୋଟେଲ ବୁକିଂ, ଭାଉଚର୍, ଉପହାର ଏବଂ ପ୍ରଡକ୍ଟସ୍‌ ଇତ୍ୟାଦିରେ ଆପଣ ତାହାକୁ ବ୍ୟବହାର କରିପାରିବେ । ଆପଣ ଏହି କାର୍ଡ ସହିତ ବିମାନବନ୍ଦର ଲଞ୍ଜକୁ ଆକସେସ୍‌ କରିପାରିବା । ତେବେ ଏଥିରେ ୧୨ ଟି ଭାରତୀୟ ବିମାନବନ୍ଦର ଏବଂ୬ ଟି ବିଦେଶୀ ବିମାନବନ୍ଦର ଅଛି । ଏହି ସମୟରେ, ଏହି କାର୍ଡର ବାର୍ଷିକ ଫି ହିସାବରେ ୨,୫୦୦ ଟଙ୍କା ଅଟେ ।

ଏହି କାର୍ଡ ମାଧ୍ୟମରେ, ଆପଣ ଗ୍ରୋଫର୍ସ ଉପରେ ୧୦ପ୍ରତିଶତ ରିହାତି ଏବଂ ଏକ ମାସରେ ଜୋମାଟୋ ଉପରେ ପାଞ୍ଚଟି ଟ୍ରାଞ୍ଜାକସନର ଅଫର ମିଳିବ । ଏହା ବ୍ୟତୀତ ଏହି ବ୍ୟାଙ୍କ କ୍ରେଡିଟ କାର୍ଡକୁ ବ୍ୟବହାର କରି ଟିକେଟ୍ ବୁକିଂ କଲେ ୨୦ ପ୍ରତିଶତ ରିହାତି ମଧ୍ୟ ମିଳିବ । ଅନ୍ତର୍ଜାତୀୟ ବିମାନ ବୁକିଂ ପାଇଁ ୧୦ ପ୍ରତିଶତ  ସହ ହୋଟେଲ ବୁକିଂରେ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଯଦି ଆପଣ ଆକ୍ସିସ୍ ବ୍ୟାଙ୍କ୍ ( Ace) କ୍ରେଡିଟ୍ କାର୍ଡ ମାଧ୍ୟମରେ ଗୁଗୁଲ୍ ପେ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ଏହା ବ୍ୟତୀତ, ଆପଣ ସ୍ବିଗୀ, ଜୋମାଟୋ, ଓଲା ଉପରେ କ୍ୟାସବ୍ୟାକ୍‌ର ସୁବିଧା ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.