ଆପଣ ବି କ୍ରେଡିଟ୍ କାର୍ଡ଼ ବ୍ୟବହାର କରୁଛନ୍ତି କି ? ସାବଧାନ ,୨୦୨୦ମସିହାରେ ଏହି ବ୍ୟାଙ୍କ ଦେବାକୁ ଯାଉଛି ଝଟକା
18/12/2019 at 1:52 PM

ନୂଆଦିଲ୍ଲୀ ୧୮/୧୨: ଆଜିକାଲି ଅଧିକାଂଶ ଲୋକେ ଅଲଗା ଅଲଗା ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ବ୍ୟବହାର କରୁଛନ୍ତି। ଯଦି ଆପଣଙ୍କ ପାଖେ ସିଟି ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ରହିଛି ତେବେ ସୁଧ ଦର ହିସାବରେ ଆପଣଙ୍କୁ ଝଟକା ଲାଗିପାରେ।

ବାସ୍ତବରେ ସିଟି ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ର ସୁଧ ଦର ବଢ଼ାଇବାକୁ ଘୋଷଣା କରିଛି। ଏହି ସୁଧ ଦର ୨୦୨୦ମସିହା ଜାନୁୟାରୀ ମାସରୁ ଲାଗୁ ହୋଇଯିବ। ତେବେ ଆସନ୍ତୁ ଜାଣିବା କ୍ରେଡିଟ୍ କାର୍ଡ଼ର ନୂଆ ସୁଧ ଦର ବିଷୟରେ….

ଯଦି ବର୍ତ୍ତମାନ କଥା କହିବା ତାହେଲେ ସିଟି ବ୍ୟାଙ୍କ ନିଜ କ୍ରେଡିଟ୍ କାର୍ଡ଼ଧାରୀଙ୍କଠୁ ଟଙ୍କା ଏବଂ ଅବଧି ହିସାବରେ ୪ଟି ସ୍ଲାବରେ ଟଙ୍କା ଆଦାୟ କରିଥାଏ। ଏହି ୪ଟି ସ୍ଲାବ୍- ୩୭.୨ପ୍ରତିଶତ,୩୯ପ୍ରତିଶତ,୪୦.୮ପ୍ରତିଶତ ଏବଂ ୪୨ପ୍ରତିଶତ ବାର୍ଷିକ ସୁଧ ଦର। ଜାନୁୟାରୀଠାରୁ ବାର୍ଷିକ ସୁଧ ଦର ବଢ଼ି ଆଗକୁ -୪୨ପ୍ରତିଶତ,୪୨ପ୍ରତିଶତ,୪୨ପ୍ରତିଶତ ଏବଂ ୪୩.୨ପ୍ରତିଶତ ହୋଇଯିବ।