Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଛାଡ ପାଇବେ ନାହିଁ କ୍ରେଡିଟ୍ କାର୍ଡ ଧାରକ, ଜମା କରିବାକୁ ହେବ ମିନିମମ୍ ରାଶି, ନଚେତ୍…

2/04/2020 at 10:51 AM

ନୂଆଦିଲ୍ଲୀ, ୦୨|୦୪:  ଭାରତୀୟ ରିଜର୍ଭ ବ୍ୟାଙ୍କ ଲକଡାଉନକୁ ନଜରରେ ରଖି ସମସ୍ତ ଟର୍ମ ଲୋନ ଓ ଇଏମଆଇକୁ ୩ ମାସ ପାଇଁ ସ୍ଥଗିତ ରଖିଦେଇଛି । ଏଥିରେ କ୍ରେ଼ଡିଟ୍ କାର୍ଡ ମଧ୍ୟ ସାମିଲ ରହିଛି । ଫଳରେ ଅଧିକାଂଶ କ୍ରେଡିଟ୍ କାର୍ଡ ଧାରକ ଆଗାମୀ ୩ ମାସ ଯାଏଁ କୌଣସି ବିଲ୍ ପଇଠ କରିବାକୁ ପଡିବ ନାହିଁ ବୋଲି ଭାବୁଥିଲେ । କିନ୍ତୁ ଅଧିକ ସୁଦ୍ଧ ହାର ଓ ଡିଫଲ୍ଟ୍ ବୃଦ୍ଧିକୁ ରୋକିବା ପାଇଁ ବ୍ୟାଙ୍କ୍ ଓ ବିଭିନ୍ନ କମ୍ପାନୀ କାର୍ଡ ଧାରକଙ୍କୁ କୌଣସି ଆଶ୍ୱସ୍ତି ପ୍ରଦାନ କରିବେ ନାହିଁ ବୋଲି ବିଚାର କରୁଛନ୍ତି । କ୍ରେଡିଟ୍ କାର୍ଡ ଧାରକଙ୍କୁ ସେମାନଙ୍କ ବକେୟା ରାଶି ସମୟାନୁସାରେ ପଇଠ କରିବାକୁ ପଡିବ । ବିଲ୍ ପଇଠ ନକଲେ ସେମାନଙ୍କ ସିଭିଲ୍ ସ୍କୋର ଖରାପ ହେବାର ଆଶଙ୍କା ରହିଛି ।

ଅନେକ ବ୍ୟାଙ୍କ ପୂର୍ବରୁ ନିଜ କାର୍ଡ ଧାରକଙ୍କ ଉପରେ ପେମେଣ୍ଟକୁ ନେଇ ଅଙ୍କୁଶ ଲଗାଇ ଦେଇଥିଲେ । ନିଜେ ଇଣ୍ଡିଆନ ବ୍ୟାଙ୍କର୍ସ୍ ଆସୋସିଏସନ କ୍ରେଡିଟ୍ କାର୍ଡ ଧାରକଙ୍କୁ ଏନେଇ ସୂଚୀତ କରାଇଥିଲା ।

ଆରବିଆଇ କେବଳ ଲୋନକୁ ସମ୍ପୂର୍ଣ୍ଣ ଛାଡ କରିନାହିଁ । କେବଳ ୩ ମାସ ପାଇଁ ସ୍ଥଗିତ କରିଛି । ୩ ମାସ ଯାଏଁ ବିଲ ପ୍ରଦାନ ନକରିଥିବା ଗ୍ରାହକଙ୍କୁ ଚତୁର୍ଥ ମାସରେ ଏକାସଙ୍ଗେ ସମସ୍ତ ଅର୍ଥ ପଇଠ କରିବାକୁ ହେବ ।ଏହାସହ ମିନିମମ ରାଶି ଜମା ନକରିଥିବା ଗ୍ରାହକଙ୍କୁ ମଧ୍ୟ ପେନାଲ୍ଟୀ ଦେବାକୁ ପଡିବ ।

ବ୍ୟାଙ୍କ୍ ବଜାରର ସିଇଓ ଆଦିଲ୍ ସେଟ୍ଟୀ କହିଛନ୍ତି ଯେ, ଯଦି ଆପଣଙ୍କ କ୍ରେଡିଟ୍ କାର୍ଡର ଲିମିଟ୍ ଏକ ଲକ୍ଷ ଟଙ୍କା ଓ ଆପଣ ୩୦ ହଜାର ଟଙ୍କା ଖର୍ଚ୍ଚ କରିଦେଇଛନ୍ତି ତେବେ ଆପଣଙ୍କୁ ଏହା ତତ୍କାଳ ଭରିବାକୁ ହେବ । ନଚେତ ୪୨ ପ୍ରତିଶତ ହାରରେ ଆପଣଙ୍କୁ ଆସନ୍ତା ୩ ମାସରେ ୩୧୫୦ ଟଙ୍କା ଅଧିକ ସୁଦ୍ଧ ଦେବାକୁ ପଡିବ । 

   Related Posts