Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭାରତୀୟ ଗଣମାଧ୍ୟମଙ୍କ ସମ୍ବାଦର ବିଶ୍ୱସନୀୟତା ହାରାହାରି ଠାରୁ ବି କମ୍, ଅଧିକାଂଶ ନ୍ୟୁଜ୍ ବ୍ରାଣ୍ଡର ରହିଛି ରାଜନୈତିକ ସମ୍ପର୍କ: Report

26/06/2021 at 9:05 PM

ନୂଆଦିଲ୍ଲୀ ୨୬।୬: ଭାରତୀୟ ଗଣମାଧ୍ୟମଙ୍କ ବିଶ୍ୱସନୀୟତା ହ୍ରାସ ହୋଇଛି। ଏପରିକି ସେମାନେ ପ୍ରସ୍ତୁତ କରୁଥିବା ସମ୍ବାଦର ବିଶ୍ୱସନୀୟତା ମଧ୍ୟ ହାରାହାରି ଠାରୁ କମ୍‌ ବୋଲି ଡିଜିଟାଲ ନ୍ୟୁଜ୍‌ ରିପୋର୍ଟ-୨୦୨୧ରେ ପ୍ରକାଶ କରାଯାଇଛି।  ଗଣମାଧ୍ୟମ ଓ ସେମାନଙ୍କ କାର୍ଯ୍ୟର ବିଶ୍ୱସନୀୟତା ନେଇ ଏହି  ରିପୋର୍ଟ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ ସହଯୋଗରେ ରୟଟର୍ସ ଇନିଷ୍ଟିଚ୍ୟୁଟ୍ ଫର ଦି ଷ୍ଟଡି ଅଫ ଜର୍ଣ୍ଣାଲିଜିମ ସର୍ଭେ ପ୍ରସ୍ତୁତ କରିଛନ୍ତି। ଏଥିରେ ଭାରତକୁ ୪୬ଟି ଦେଶଙ୍କ ମଧ୍ୟରେ ୩୧ ତମ ସ୍ଥାନ ଦିଆଯାଇଛି।

ସର୍ଭେ ରିପୋର୍ଟରେ ଭାରତର ଅଧିକାଂଶ ଗଣମାଧ୍ୟମ ନିଗମ ଓ ରାଜନୈତିକ ସମ୍ପର୍କ ଦ୍ୱାରା ନିୟନ୍ତ୍ରଣରେ ଥିବା ଉଲ୍ଲେଖ କରାଯାଇଛି। ଭାରତରେ ଛପା ଗଣମାଧ୍ୟମ ଲୋକପ୍ରିୟତା ଓ ବିଶ୍ୱାସନିୟତାର ସବୁଠୁ ଉତ୍ତମ ଫର୍ମାଟ ଥିଲା। ହେଲେ କରୋନା ଭାଇରସ ମାହାମାରୀରେ ଏହି ଭରସା ଓ ଲୋକପ୍ରୀୟତା ଏବେ ଅନଲାଇନ୍‌ ଓ ବଜାର ଆଡକୁ ଢଳି ଯାଇଥିବା କୁହାଯାଇଛି। ସର୍ଭେ ଅନୁସାରେ ଦେଶର ଅଧିକାଂଶ ନ୍ୟୁଜ୍‌ ବ୍ରାଣ୍ଡ ଏବେ ମାନ୍ଦାବସ୍ଥା ଅନୁଭବ କରୁଛନ୍ତି। ଏଣୁ ସେମାନେ ହୁଏତ ସେମାନଙ୍କ ସଂସ୍କରଣ ବନ୍ଦ କରିବା ଅଥବା ଡିଜିଟାଲାଇଜେସନ ଉପରେ ପ୍ରାଥମିକତା ଦେଉଛନ୍ତି ବୋଲି ସର୍ଭେରେ ସୂଚିତ କରୁଛି।

ଏହି ସର୍ଭେକ୍ଷଣରେ ଇଂରାଜୀ କହିପାରୁଥିବା, ଉଚ୍ଚସ୍ତରର ଔପଚାରିକ ଶିକ୍ଷା ପ୍ରାପ୍ତ କରିଥିବା ଯୁବ ବର୍ଗଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ଠାରୁ ମିଳିଥିବା ତଥ୍ୟରୁ ଡିଜିଟାଲ ମିଡିଆ ପ୍ରତି ଲୋକପ୍ରିୟତା ବୃଦ୍ଧି ହୋଇଥିଲେ ହେଁ ସହରୀ ଯୁବ ଓ ଶିକ୍ଷିତ ବର୍ଗଙ୍କ ଲାଗି ଟେଲିଭିଜନ ଏବେବି ସମାଚାରର ସବୁଠୁ ଲୋକପ୍ରୀୟ ସ୍ରୋତ ହୋଇ ରହିଥିବା କୁହାଯାଇଛି। ଭାରତରେ ପ୍ରାୟ ୪୦୦ ଚାନେଲ (୩୯୨) ଜାତୀୟ ଓ ଆଞ୍ଚଳିକ ଭାଷାରେ ସମ୍ବାଦ ପରିବେଷଣ କରୁଛନ୍ତି। ତେବେ ବ୍ରଡକାଷ୍ଟିଂ ଚାନେଲମାନେ ସ୍ୱନିୟନ୍ତ୍ରିତ ହୋଇଥିଲେ ବି ସେମାନଙ୍କର ଖୋଲାଖୋଲି ରାଜନୈତିକ ସମ୍ବଦ୍ଧ ରହୁଛି ବୋଲି ରିପୋର୍ଟରେ କୁହାଯାଇଛି।

ସେହିପରି ବ୍ରିକିଂ ନ୍ୟୁଜ ମଡେଲରେ ପ୍ରସାରିତ ହେଉଥିବା ୨୪ ଘଣ୍ଟିଆ ନ୍ୟୁଜ ଚାନେଲମାନଙ୍କରେ ହେଉଥିବା ‘ବିତର୍କ’ ପ୍ରାୟତଃ ଖବରକୁ ବିକୃତ ଓ ଚାଞ୍ଚଲ୍ୟକର କରୁଥିବା ଏହି ସର୍ଭେରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଫଳରେ ଚାନେଲଙ୍କ ପ୍ରସ୍ତୁତ ସମ୍ବାଦର ବିଶ୍ୱସନୀୟତା ସଂକଟରେ ପଡୁଥିବା ଉଲ୍ଲେଖ କରାଯାଇଛି, ଯାହାର ଅନେକ ଉଦାହରଣ ମଧ୍ୟ ଦିଆଯାଇଛି। ତେବେ ସର୍ଭେରୁ ଭାରତୀୟ ମିଡିଆ ବଜାର ସର୍ବାଧିକ ମୋବଇଲ କେନ୍ଦ୍ରିତ ହୋଇଥିବା ପ୍ରଥମ ଥର ଜଣାପଡିଛି। ସୁଲଭ ଡାଟା ଶୁଳ୍କ ଓ ଶସ୍ତା ଉପକରଣ ଜରିଆରେ ୭୩ ପ୍ରତିଶତ ଜନସଂଖ୍ୟା ସ୍ମାର୍ଟ ଫୋନ ମାଧ୍ୟମରେ ସମାଚାର ଦେଖୁଥିବା ଜଣାପଡିଛି। ବଳକା ୩୭ ପ୍ରତିଶତ ଏଥିଲାଗି କମ୍ପ୍ୟୁଟରର ଉପଯୋଗ କରୁଛନ୍ତି।

ସେହିପରି ଦେଶରେ ୬୦୦ ନିୟୁତରୁ ଅଧିକ ଲୋକେ ସକ୍ରିୟ ଇଣ୍ଟରନେଟ୍‌ ୟୁଜର ହୋଇଥିବା ଏହି ସର୍ଭେକ୍ଷଣରେ ଜଣାପଡିଛି। ଏମାନେ କେବଳ ମୋବାଇଲ ମାଧ୍ୟମରେ ଇଣ୍ଟରନେଟ୍‌ ଉପଯୋଗ କରୁଛନ୍ତି। ଏଥିରୁ ସୋସିଆଲ ମିଡିଆକୁ ଏବେ ବ୍ୟାପକ ରୂପେ ସମ୍ବାଦ ସରବରାହ ଲାଗି ଉପଯୋଗ କରୁଯାଉଛି।  ଫଳରେ ଏଥିରୁ ଏବେ ଦୁଇଟି ମୁଖ୍ୟ ସମସ୍ୟା ମଧ୍ୟ ଉପୁଜିଛି। ଏଥିରୁ ଗୋଟିଏ ତ୍ରୁଟିପୂର୍ଣ୍ଣ ସୂଚନାର ପ୍ରସାର ବ୍ୟାପକ ହେଉଥିବା ବେଳେ ଅନ୍ୟଟି ହେଉଛି ଅଭଦ୍ର ଭାଷାର ବ୍ୟାପକ  ପ୍ରୟୋଗ।

ସର୍ଭେକ୍ଷଣ ଅନୁସାରେ ପ୍ରମୁଖ ରାଜନୈତିକ ଦଳ ଓ ସେମାନଙ୍କ ଫଲୋଅରମାନେ ସୋସିଆଲ ମିଡିଆର ଉପଯୋଗ କରି ଅନ୍ୟ ଲୋକଙ୍କୁ ଭୁଲ ତଥ୍ୟ ଦେଉଥିବାର  ଅଭିଯୋଗ ମଧ୍ୟ ଉଠୁଛି। ସେହିପରି ଗତ କିଛି ବର୍ଷ ହେଲା ‘ରିପୋର୍ଟର୍ସ  ୱିଦାଉଟ୍ ବର୍ଡର୍ସ’ ପ୍ରେସ ଫ୍ରିଡମ ଇଣ୍ଡେକ୍ସରେ ଭାରତ ତଳକୁ ଖସୁଥିବାର ସତର୍କ କରାଯାଇଛି। ୧୮୦ ଦେଶଙ୍କ ସୂଚୀରେ ଏବେ ଭାରତ ପ୍ରେସ ଫ୍ରିଡମରେ ୧୨୪ ତମ ସ୍ଥାନକୁ ପହଞ୍ଚିଛି। ବିଶେଷ କରି ସରକାରଙ୍କ ନୀତି ସମାଲୋଚନା ଲାଗି ଦେଶଦ୍ରୋହ ଆଇନ ଲାଗୁ ହେଉଥିବାରୁ ସାମ୍ବାଦିକଙ୍କ ସ୍ୱାତନ୍ତ୍ରତାକୁ ଜାଣିଶୁଣି ବିପଦରେ ପକାଯାଉଥିବା କୁହାଯାଇଛି।

   Related Posts