ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଶେଷକୃତ୍ୟ ସଂପନ୍ନ

Published By : Prameya-News7 Bureau | October 22, 2021 IST

ମାଥିଲି ୨୨/୧୦: ପଞ୍ଚଭୂତରେ ବୀଲିନ ହେଲେ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ପ୍ରଶାସନ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବିଧାୟକ ଆଦିତ୍ୟ ମାଢୀ, ଜିଲ୍ଲାପାଳ ବିଶାଳ ସିଂ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଦଳୀୟ ନେତା, କର୍ମୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଦୋରାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । କରୋନା ରେ ଶ୍ରୀ ଦୋରା ଙ୍କ ମୃତ୍ୟୁ ହୋଇଥିବାରୁ ପିପିଇ କିଟ ପିନ୍ଦି ସରକାରୀ ନିୟମ ଅନୁଯାୟୀ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସ୍ୱର୍ଗତ ଦୋରାଙ୍କ ବିୟୋଗରେ ମାଥିଲି ବ୍ଳକ ର ବିଭିନ୍ନ ଅଂଚଳରେ ଦୋକାନବଜାର ବନ୍ଦ କରାଯାଇଥିଲା ।

wp:gallery {"ids":[531326],"linkTo":"none"} /wp:gallery

ସ୍ୱର୍ଗତ ଦୋରା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲା ବେଳେ ଦୁଇଥର ଉପବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ପାଙ୍ଗାମ ସ୍ଥିତ ବାସଗୃହ ଏକ ପ୍ରକାର ଲୋକାରଣ୍ୟ ହୋଇପଡିଥିଲା । ଏକ ଶୋଭାଯାତ୍ରାରେ ତାଙ୍କ ମୃତ ଦେହ କୁ ପାଙ୍ଗାମ ଶ୍ମସାନ କୁ ନିଆଯାଇଥିଲା । ଗତ ବୁଧବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱର ଏମସରେ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ମୃତ୍ୟୁ ହୋଇଘଟିଥିଲା ।

ଭୁବନେଶ୍ୱରରେ ଶ୍ରଦ୍ଧାଞ୍ଜଳୀ ଦେବାପରେ ତାଙ୍କ ପାର୍ଥୀବ ଶରୀରକୁ ନିଜ ଗାଁ ପାଙ୍ଗାମକୁ ଅଣାଯାଇଥିଲା । ପାଙ୍ଗାମ ଠାରେ ଥିବା ଶ୍ରୀ ଦୋରାଙ୍କ ବାସଭବନରେ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପହଞ୍ଚି ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.