ମୋଡସାହି ପ୍ରିମିୟର ଲିଗ୍ : କ୍ରେଜି ଇଲେଭେନ ଚାମ୍ପିଆନ

Published By : Prameya-News7 Bureau | January 04, 2021 IST

ଭଦ୍ରକ, ୦୪|୦୧: ବିଭିନ୍ନ ଗାଁ ଗହଳିରେ ଆରମ୍ଭ ହୋଇଛି ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟର କ୍ରିକେଟ୍ ଲିଗ୍ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତର ମୋଡ଼ସାହିଠାରେ ପ୍ରଗତି ଯୁବକ ସଂଘ ତରଫରୁ ମୋଡ଼ସାହି ପ୍ରିମିୟର ଲିଗ୍ ଉଦଯାପିତ ହୋଇଛି ।

ମୋଡ଼ସାହି ପ୍ରିମିୟର ଲିଗରେ ଜିଲ୍ଲାର ୫ ଟି ଟିମ ୭ଟି ମ୍ୟାଚ୍ ଖେଳିଥିଲେ । ଫାଇନାଲ ମ୍ୟାଚରେ ପ୍ରଥମ ଇନିଂସରେ କ୍ରେଜି ଇଲେଭେନ ଟିମ୍ ୮  ୱିକେଟ ହରାଇ ୨୨୭ ରନ ସଂଗ୍ରହ କରିଥିଲା । ଦ୍ଵିତୀୟ ଇନିଂସରେ ଫିୟୁରିଅସ ଆଟାକ ନିର୍ଦ୍ଧାରିତ ୨୨୮ ରନର ପିଛା କରି ସମସ୍ତ ଓ୍ୱିକେଟ ହରାଇଥିଲା ।

{"id":386753,"sizeSlug":"large","linkDestination":"none"}

ଶେଷରେ  ଅତିଥିମାନେ କ୍ରେଜି ଇଲେଭେନକୁ ବିଜେତା ଟ୍ରଫି ଦେଇଥିବା ବେଳେ ଫିୟୁରିଅସ ଆଟାକ ଟିମକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.