Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଏହି ହୀରାଖଣିରୁ ଯିଏ ଚାହିଁବ ସିଏ ନେଇପାରିବ ହୀରା : କୌଣସି ପ୍ରତିବନ୍ଧକ ନାହିଁ, ଜାଣନ୍ତୁ କେଉଁଠି ଅଛି ଏହି ହୀରାଖଣି

20/05/2019 at 7:11 PM

ବିଶ୍ବରେ ଅନେକ ହୀରାଖଣି ରହିଛି,ଯେଉଁଠାରେ ହଜାର ହଜାର ସଂଖ୍ୟାରେ ହୀରା ବାହାର କରାଯାଇଛି ଏବଂ ଏଥିଯୋଗୁଁ ଅନେକ ହୀରା କମ୍ପାନୀ ଅତ୍ୟନ୍ତ ଧନୀ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏକ ଏପରି ହୀରା ଖଣି ରହିଛି ଯେଉଁଠାରେ ଯେ;କୖାଣସି ସାଧାରଣ ଲୋକ ଯାଇ ହୀରାର ସନ୍ଧାନ ପାଇପାରିବ। ସେଠାରେ ଯେଉଁମାନେ ହୀରା ପାଇଥାଆନ୍ତି ଏହି ହୀରା ତା’ର ହୋଇ ଯାଇଥାଏ।

ଏହି ହୀରାଖଣି ଆମେରିକାର ଅରକାସାଂସ ରାଜ୍ୟର ମରଫ୍ରେସବୋରୋରେ ରହିଛି। ଏଠାକାର ଅରକାସାଂସ ଜାତୀୟ ଉଦ୍ୟାନରେ ଥିବା ୩୭.୫ଏକରର ଯାଗାରେ ହୀରା ମିଳିଥାଏ। ଏଠାରେ ୧୯୦୬ମସିହାରୁ ହୀରା ମିଳିବା ଆରମ୍ଭ ହୋଇଥିଲା,ଏଥିପାଇଁ ଏହି ସ୍ଥାନକୁ ‘କ୍ରେଟର ଅଫ ଡାଏମଣ୍ଡସ’ କୁହାଯାଇଥାଏ।

ମିଳିଥିବା ସୂଚନା ଅନୁଯାୟୀ,୧୯୦୬ମସିହା ଅଗଷ୍ଟ ମାସରେ ଜନ ହଡଲେଷ୍ଟୋନ୍ ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଫାର୍ମରୁ ଦୁଇଟି କ୍ରିଷ୍ଟାଲ୍ ମିଳିଥିଲା। ସେ ଯେତେବେଳେ ଏହାକୁ ଯାଞ୍ଚ କରିଥିଲେ ସେତେବେଳେ ଏହା ଜଣାପଡ଼ିଥିଲା ଯେ ଏହା ଏକ ହୀରା। ଏହାପରେ ଜନ୍ ତାଙ୍କ ୨୪୩ଏକର ଜମିକୁ ଏକ ହୀରା କମ୍ପାନୀକୁ ଚଢ଼ା ଦାମରେ ବିକି ଦେଇଥିଲେ।

୧୯୭୨ମସିହାରେ ହୀରା କମ୍ପାନୀ ଦ୍ବାରା କିଣାଯାଇଥିବା ଏହି ଜମି ଜାତୀୟ ଉଦ୍ୟାନରେ ପରିଣତ ହୋଇଥିଲା। ଏହାପରେ ଅରକାସାଂସ ଡିପାର୍ଟମେଣ୍ଟ ଅଫ ପାର୍କ ଆଣ୍ଡ ଟୁରିଜିମ୍ ଏହି ଜମିକୁ ହୀରା କମ୍ପାନୀଠାରୁ କିଣି ନେଇଥିଲା ଏବଂ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲି ଦେଇଥିଲା। ଏହି ହୀରା ଖଣିରେ ହୀରା ଖୋଜିବା ପାଇଁ ଲୋକଙ୍କୁ ବେଶି ଟଙ୍କା ଦେବାକୁ ପଡ଼ିନଥାଏ।

ଏହି ପଡ଼ିଆରୁ ଲୋକଙ୍କୁ ଏବେ ଯାଏଁ ହଜାର ହଜାର ସଂଖ୍ୟାରେ ହୀରା ମିଳିସାରିଛି। ଏହି ପାର୍କର କର୍ମଚାରୀଙ୍କ କହିବାନୁସାରେ ୧୯୭୨ମସିହାରୁ ଏବେ ଯାଏଁ ଏହି ଜମିରେ ୩୦,୦୦୦ରୁ ଅଧିକ ହୀରା ମିଳିସାରିଛି। ‘ଅଙ୍କଲ୍ ସେମ୍’ ନାମକ ହୀରା ମଧ୍ୟ ଏହି ଜମିରୁ ମିଳିଥିଲା,ଯାହା ୪୦କ୍ୟାରେଟର ଥିଲା। ଏହା ଆମେରିକାରେ ମିଳିଥିବା ସବୁଠୁ ବଡ ହୀରା।   

   Related Posts