Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଧଉଳି ଶାନ୍ତି ସ୍ତୁପରେ ଫାଟ, ଗମ୍ବୁଜରୁ ଝରୁଛି ବର୍ଷା ପାଣି

17/11/2020 at 9:53 AM

ବାଲିପାଟଣା ୧୭।୧୧: ଧଉଳି ଶାନ୍ତି ସ୍ତୁପରେ ଫାଟ ସୃଷ୍ଟି ହୋଇଛି । ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଯାହାକୁ ନେଇ ଓଡିଶା ବିଶ୍ବ ଦରବାରରେ ପରିଚିତ ସେହି ଧଉଳି ଶାନ୍ତି ସ୍ତୁପ ପ୍ରତି ଏଭଳି ଅବହେଳା ସମସ୍ତଙ୍କୁ ଚକିତ କରିଛି । ଶାନ୍ତି ସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ।

ମୁଖ୍ୟ ସ୍ତୁପରେ ଫାଟ ସୃଷ୍ଟି ହେବା ସହ ଓବାଲ୍ ରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଶାନ୍ତି ସ୍ତୁପର ପାହାଚ, ଛତରୀ, ଗମ୍ବୁଜ, ଚତୁଃପାର୍ଶ୍ବ କାନ୍ଥ ସବୁଥିରେ ଫାଟ ସୃଷ୍ଟି ହୋଇଛି । ଗମ୍ବୁଜରୁ ବର୍ଷ। ପାଣି ଝରୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ସଜାଗ ହୋଇନାହାନ୍ତି । କେବଳ ଅନୁଧ୍ୟାନରେ ହିଁ ଅଟକି ରହିଛି କାର୍ଯ୍ୟକ୍ରମ ।

ବେଳ ଥାଉ ଥାଉ ସାବଧାନ ନହେଲେ ଆଗାମୀ ଦିନରେ ଶାନ୍ତିସ୍ତୁପ ପ୍ରତି ବିପଦ ସୃଷ୍ଟି ହୋଇପାରେ । ଏଭଳି ପରିସ୍ଥିତିରେ ଯଦି ରକ୍ଷଣାବେକ୍ଷଣ କରାଯାଇ ମରାମତି କରାନଯାଏ ତେବେ ଆଗାମୀ ପୀଢି ଧଉଳିକୁ କେବଳ ଫଟୋରେ ହିଁ ଦେଖିବେ । 

କରୋନା ମହାମାରୀ ଯୋଗୁଁ ଦୀର୍ଘ ୮ ମାସ ପର୍ଯ୍ୟନ୍ତ ଧଉଳି ଶାନ୍ତି ସ୍ତୁପ ବନ୍ଦ ହୋଇ ରହିଥିଲା । ଫନି ମହାବାତ୍ୟାରେ ଅଚଳ ହୋଇଯାଇଥିବା ଲାଇଟ୍ ଏବଂ ସାଉଣ୍ଡ ବ୍ୟବସ୍ଥାକୁ ସଜଡା ହୋଇସାରିଛି ।

   Related Posts