Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଦୀପାବଳିରେ ବାଣ ବିକାଳୀ ଗିରଫ: ହଜାର ହଜାର ଟଙ୍କାର ବାଣ ଜବତ

14/11/2020 at 4:11 PM

ବଲାଙ୍ଗୀର୧୪/୧୧: ସରକାରଙ୍କ ନିୟମକୁ ବେଖାତିର କରି ବାଣ ବିକ୍ରି କରି ବନ୍ଧା ହେଲେ ବ୍ୟବସାୟୀ। ବାଣ ସହ ବାଣ ବିକାଳୀ ଗିରଫ। ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଦୀପାବଳୀରେ ବାଣ ବ୍ୟବସାୟ ଠାରୁ ବାଣ ଫୁଟାଇବାକୁ ମନା କରାଯାଇଥିବା ବେଳେ ନିୟମକୁ କଡା କଡି ପାଳନ କରିଛି ଜିଲ୍ଲା ପ୍ରଶାସନଠାରୁ ପୋଲିସ। ଏ ନେଇ ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି ପୋଲିସ।

ଗତକାଲି ଠାରୁ ଏହି ଟିମ୍‌ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ସହ ପେଟ୍ରୋଲିଙ୍ଗ ଜାରି ରଖିଛି। ତେବେ ଆଜି ସହରର ସାଗର ପଡାଠାରେ ଥିବା ବାଣ ବ୍ୟବସାୟୀ ଜୟଦେବ ନର୍ଜିଙ୍କ ଘରକୁ ସର୍ଚ୍ଚ କରିବା ସହ ସେଠାରେ ବାଣ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା।

 ଏ ନେଇ ଘଟଣାସ୍ଥଳନରେ ପୋଲିସ ପହଞ୍ଚି ଏକ ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ କରିବା ସହ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି। ସେପଟେ ଗତ କାଲି ମଧ୍ୟ ସହରର ବିଭିନ୍ନ ସ୍ଥାନରୁ ବାଣ ବ୍ୟବସାୟୀଙ୍କ ଘର ସହ ଦୋକାନ ଜାଞ୍ଚ କରିବା ସହ କିଛି ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ। ଅନ୍ୟ ପଟେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ ସହ ସ୍ବତନ୍ତ୍ର ଟିମ ଜରିଆରେ କରାଯାଉଛି ରେଡ୍‌। ଆଜି ରାତି ପର୍ଯ୍ୟନ୍ତ ଏ ଭଳି ସର୍ଚ ଅପରେସନ ସହ କଡା ପେଟ୍ରୋଲିଙ୍ଗ କରାଯିବ ବୋଲି କହିଛନ୍ତି ଟାଉନ ଥାନା ଆଇଆଇସି।

   Related Posts