ଦୀପାବଳି ଆତସବାଜୀ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ଅନ୍ତରିଣ ରାୟ, କହିଲେ ବ୍ୟାପକ ଜନସ୍ୱାର୍ଥ ଦୃଷ୍ଟିରୁ ଲଗାଗଲା ରୋକ୍

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯। ୧୦: ଦେଶରେ ଦୀପାବଳି ଆତସବାଜୀ ନେଇ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରାୟ ଆସିଛି। ଏଥିରେ କେବଳ ସେହି ସବୁ ଫୋଟକା ଉପରେ କୋର୍ଟ ରୋକ ଲଗାଇଛନ୍ତି ଯେଉଁଥିରେ ହାନିକାରକ ରସାୟନିକ ତତ୍ୱ ରହୁଛି। ମୌଜ ମସ୍ତି ଲାଗି କାହାର ଜୀବନ ସହ ଖେଳିବାକୁ ଅନୁମତି ଦିଆଯାଇ ନପାରେ ବୋଲି କୋର୍ଟ ସଫାସଫା କହିଛନ୍ତି। ଏପରି  ନିଷ୍ପତ୍ତିକୁ କୌଣସି ବିଶେଷ ଉଦ୍ଦେଶ୍ୟରେ ବୋଲି ନ ଭାବିବାକୁ କୋର୍ଟ କହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ଏଜେନ୍ସୀମାନଙ୍କୁ ନିୟମର କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ସବ ପାଳନ ନାମରେ ଆମେ କାହା ଜୀବନକୁ ବିପଦରେ ପକାଇପାରିବାନି ବୋଲି କୋର୍ଟ କହିଛନ୍ତି। ବିଶେଷ କରି ବୃଦ୍ଧ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଏପରି ଫୋଟକାର ପ୍ରଭାବକୁ ନଜରରେ ରଖି କୋର୍ଟ ଏହି ଆଦେଶ ଦେଉଥିବା କହିଛନ୍ତି। ସ୍ୱାସ୍ଥ୍ୟ ଅଧିକାର ଜୀବନ ଅଧିକାରରେ ନିହିତ ଅଛି। ଏଣୁ ଉତ୍ସବ ଲାଗି ଏହି ମୌଳିକ ଅଧିକାରର ଉଲ୍ଲଂଘନ ଲାଗି ଅନୁମତି ଦିଆଯାଇ ନପାରେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ତେବେ ସୁପ୍ରିମକୋର୍ଟ  ସବୁ ଫୋଟକା ଉପରେ ବ୍ୟାନ୍‌ ନଥିବା କହିଛନ୍ତି। ଯେଉଁ ଫୋଟକା ଜଳିଲେ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୁଏ ବିଶେଷ କରି ବୃଦ୍ଧ ଓ ଶିଶୁଙ୍କ ଜୀବନ ଲାଗି ଯାହା ବିପଦ ଜନକ ସେପରି ଫୋଟକା ନିର୍ମାଣ ଲାଗି ମଧ୍ୟ ଅନୁମତି ନାହିଁ ବୋଲି କୋର୍ଟ କହିଛନ୍ତି।

wp:embed {"url":"https://twitter.com/ANI/status/1454080256038490119","type":"rich","providerNameSlug":"twitter","responsive":true}
https://twitter.com/ANI/status/1454080256038490119
/wp:embed

ଏଣୁ ଫୋଟକା ପ୍ରୟୋଗ ନେଇ ନ୍ୟାୟାଳୟଙ୍କ ଆଦେଶ ଦେଶରେ କଡାକଡି କାର୍ଯ୍ୟକାରୀ କରିବା ଲାଗି କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ଏଜେନ୍ସୀଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଯଦି ଆଦେଶ ପାଳନରେ ଏଜେନ୍ସୀମାନେ ଅବହେଳା କରିବାର ଅଭିଯୋଗ ଆସେ ତେବେ ଏ ବାବଦେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସତର୍କ କରାଇଛନ୍ତି।

ଯଦି ଦେଶର କୌଣସି ଅଞ୍ଚଳରେ ବିଶେଷ ପ୍ରକାରର ଫୋଟକା ଉତ୍ପାଦନ ଅଥବା ବିକ୍ରିର ଘଟଣା ସାମ୍ନାକୁ ଆସିଲା ଏ କ୍ଷେତ୍ରରେ ସମ୍ପର୍କିତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, କମିଶନର, ଡିଏସପି ଓ ଏସଏଚଓ ଏଥିଲାଗି ବ୍ୟକ୍ତିଗତ ଦାୟି ରହିବେ।  କୋର୍ଟଙ୍କ ଆଦେଶ ଅବଜ୍ଞାର ଅନୁମତି କାହାରିକୁ ଦିଆଯାଇପାରିବନି ବୋଲି ସଫାସଫା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.