ବାଣ ବିସ୍ଫୋରଣରେ ଉଡିଗଲା ରେଞ୍ଜ ଅଫିସ୍ ଆଜବେଷ୍ଟସ, ଜଣେ କର୍ମଚାରୀ ଗୁରୁତର
24/06/2020 at 11:20 AM

ଢେଙ୍କାନାଳ ୨୪।୬: ଢେଙ୍କାନାଳରେ ବାଣ ବିସ୍ଫୋରଣ । ପୁରୁଣା ସଦର ରେଞ୍ଜ ଅଫିସ୍ ଷ୍ଟୋର ରୁମ୍ରେ ଏହି ବାଣ ବିସ୍ପୋରଣ ହୋଇଥିବା ଜଣାପଡିଛି । ବିସ୍ପୋରଣ ଫଳରେ ଘରର ଆଜବେଷ୍ଟସ୍ ଉଡିଯାଇଛି । ରେଞ୍ଜ୍ ଅଫିସ୍ରେ ଥିବା ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ହାତୀ ଘଉଡାଇବା ପାଇଁ ରେଞ୍ଜ୍ ଅଫିସ୍ରେ ବାଣ ରଖାଯାଇଥିଲା । ଷ୍ଟୋର ରୁମ୍ରେ ରଖାଯାଇ ବାଣ ସ୍ଥାନାନ୍ତର ବେଳେ କୌଣସି କାରଣ ବଶତଃ ବିସ୍ପୋରଣ ହୋଇଥିବା ଜଣାପଡିଛି । ବିସ୍ପୋରଣ ଫଳରେ ରେଞ୍ଜ୍ ଅଫିସ୍ର ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ସୁଦୀପ ସାମଲ ହାତୀ ସ୍କ୍ବାର୍ଡର ଥିଲେ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର କର୍ମଚାରୀଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ ରଖିଛି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021