ରେଙ୍ଗାଳି ବାମପାର୍ଶ୍ବ ମୁଖ୍ୟ କେନାଲରେ ୫୦ ଫୁଟର ଘାଇ, ଶହ ଶହ ଏକର ଚାଷ ଜମିରେ ମାଡିଗଲା ପାଣି

Published By : Prameya-News7 Bureau | April 08, 2021 IST

କାମାକ୍ଷାନଗର ୮।୪: ରେଙ୍ଗାଳି ବାମପାର୍ଶ୍ବ ମୁଖ୍ୟ କେନାଲରେ ୫୦ ଫୁଟର ଘାଇ । ଫଳରେ ଶହ ଶହ ଏକରରୁ ଉର୍ଦ୍ଧ୍ବ ଚାଷ ଜମିରେ ମାଡୁଛି ପାଣି । କାମାକ୍ଷାନଗର ବ୍ଲକ୍ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ନିକଟରେ ରେଙ୍ଗାଳି ବାମପାର୍ଶ୍ବ ମୁଖ୍ୟ କେନାଲରେ ଏହି ଘାଇ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ତାଳଚେର ସମଲରୁ ଯାଜପୁର ଜିଲ୍ଲା ଡ଼ୁବୁରୀ ପର୍ଯ୍ୟନ୍ତ ନିର୍ମାଣ ହୋଇଛି । ରେଙ୍ଗାଳି ବାମପାର୍ଶ୍ବ ମୁଖ୍ୟ କେନାଲର ଲେମ୍ବୁପାଳଠାରେ ଗୁରୁବାର ସକାଳୁ ପ୍ରାୟ ୮ଟା ୩୦ମିନିଟ୍ ବେଳକୁ ଘାଇ ସୃଷ୍ଟି ହୋଇ ପାଣି ମାଡି ଚାଲିଛି । ଫଳରେ ବାଉଁଶପାଳ ଓ ଲେମ୍ବୁପାଳ ସାହିରେ ଶହ ଶହ ଏକର ଜମି ଜଳମଗ୍ନ ହୋଇଯିବା ସହ ବଲିଚର ମାଡି ଯାଇଛି । ଦୀର୍ଘଦିନ ହେବ ଏଠାରେ ଘାଇ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ମରାମତି କରିନଥିଲେ । ଯାହାଫଳରେ ଆଜି ଏଭଳି ପରିସ୍ଥିତି ସୃଷ୍ଟିହୋଇଛି ବୋଲି ଗ୍ରାମବାସୀ  ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.