Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ନିରଂଜନ-ଶ୍ରୀକାନ୍ତ ମୁହାଁମୁହିଁ : ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ, ଗୋଟିଏ ଦିନରେ ଆୟୋଜନ ହୋଇଛି ଦଳର ଦୁଇଟି ସମାନ୍ତରାଳ ବୈଠକ

6/12/2018 at 5:51 PM

ଭୁବନେଶ୍ବର ୬|୧୨: ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ । ପଦାରେ ପଡିଲା ଦଳରର ଗୋଷ୍ଠୀ କନ୍ଦଳ । ଗୋଟିଏ ଦିନରେ ଆୟୋଜନ ହୋଇଛି ଦଳର ଦୁଇଟି ସମାନ୍ତରଳ ବୈଠକ । କଂଗ୍ରେସ ଅଫିସରେ ଯେତେବେଳେ ପଞ୍ଚାୟତ ପ୍ରତିନିଧିଙ୍କ ସମ୍ମିଳନୀ ଆୟୋଜନ ହୋଇଥିଲା ଠିକ ସେତିକି ବେଳେ ସେଇ ଭୁବନେଶ୍ବରରେ କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଆୟୋଜନ କରିଥିଲେ ସମ୍ବିଧାନ ବଞ୍ଚାଅ ସମାବେଶ । କେବଳ ଏତିକି ନୁହେଁ ସମାବେଶ ମଞ୍ଚରେ ଶ୍ରୀକାନ୍ତ ଜେନା ବସିଥିବା ବେଳେ ତାଙ୍କୁ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବି ହଟାଇ ଦିଆଯିବା ଘୋଷଣା ହେଲା । ଆଉ ଏହାକୁ ନେଇ ମୁହାଁମୁହିଁ ହେଲେ ନିରଞ୍ଜନ ଓ ଶ୍ରୀକାନ୍ତ ଯାହା କଂଗ୍ରେସ କଳିକୁ ପୁଣି ଥରେ ପଦାରେ ପକାଇଛି ।

ପୁଣି କଂଗ୍ରେସ କେଁ । ଗୋଟିଏ ଦିନରେ କଂଗ୍ରେସ ନେତାଙ୍କ ଦୁଇଟି ସମାନ୍ତରାଳ କାର୍ଯ୍ୟକ୍ରମ । ମୁହାଁ ମୁହିଁ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ପରସ୍ପରର ଗୋଇ ତାଡ଼ିଲେ। କଂଗ୍ରେସ ଭବନରେ ଚାଲିଥିଲା ଦଳର ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ । ସେପଟେ ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣଚନ୍ଦ୍ର ସଗରିଆଙ୍କ କରିଥିଲେ ସମ୍ବିଧାନ ବଞ୍ଚାଅ ସମାବେଶ । ଶଗରିଆଙ୍କ ସାରଥୀ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ମଞ୍ଚାସୀନ ହୋଇଥିଲେ।  ସମନ୍ତରଳ ବୈଠକକୁ ନେଇ ଆରମ୍ଭ ହୋଇଥିଲା ଶରବୃଷ୍ଟି।  କଂଗ୍ରେସ ଭବନରେ ବରିଷ୍ଠ ନେତା ଏକାଠି ହୋଇଥିବା ବେଳେ ସେଠାକୁ ନଯାଇ ଦୁଇ ନେତା ଏଠାରେ ଅଲଗା ସମାବେଶ କଲେ।  ଶକ୍ତି ପ୍ରଦର୍ଶନ କଲେ। ଆଉ ସମାବେଶ ଆଢୁଆଳରେ ଖଣିଚୋରି ପ୍ରସଙ୍ଗ ଉଠାଇ ନିରଞ୍ଜନଙ୍କୁ ବି ଟାର୍ଗେଟ କରାଗଲା । ଆଉ ଏସବୁ ଶୁଣି ପିସିସି ସଭାପତି ବି ରାଗିପାଚି ଲାଲ।

ଶ୍ରାକାନ୍ତ ଓ କୃଷ୍ଣଙ୍କ ସଭା ଦଳୀୟ ସଭା ନୁହେଁ ବୋଲି କହିଛି କଂଗ୍ରେସ । ଏପଟେ ଶୃଙ୍ଖଳା କମିଟି ଅଧ୍ୟକ୍ଷ କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଏଆଇସିସିକୁ ରିପୋର୍ଟ  ଦିଆ ସରିଛି । ରିପୋର୍ଟ ଆଧାରରେ କାର୍ଯ୍ୟନୁଷ୍ଠାନ ହେବ । ଏତିକି ନୁହେଁ ଶ୍ରୀକାନ୍ତ ଜେନା ସଭାରେ ଭାଷଣ ଦେୁଉଥିବା ବେଳେ ସେପଟେ ତାଙ୍କୁ କଂଗ୍ରେସ ଇସ୍ତାହାର କମିଟି ପଦରୁ ହଟାଇ ତାଙ୍କ ଜାଗାରେ ଗଣେଶ୍ବର ବେହେରାଙ୍କୁ ଦାୟିତ୍ବ ଦେଇଛି ଏଆଇ ସିସି । ଇଏ ହେଉଛି ସେହି ପ୍ରେସ ରିଲିଜ । ଯେଉଁଥିରେ ନୂଆ ଟିମକୁ ଦାୟିତ୍ବ ଦିଆଯାଇଛି।

ଦଳର ଏହି ବିବାଦ ଭିତରେ ବି ଦଳର ପଞ୍ଚାୟତ ପ୍ରତିନିଦକୁ ଡାକି ମନ୍ତ୍ର ଦେଇଛନ୍ତି ନେତାଏ କହିଛନ୍ତି ଆସନ୍ତା ନିର୍ବାଚନରେ ହିଁ ସେମାନେ ଦଳର ଶକ୍ତି ହେବେ । ସରକାରଙ୍କ ସହ ଲଢିବେ । ହେଲେ ଏପଟେ ଦଳର କନ୍ଦଳ କିନ୍ତୁ ଦାଣ୍ଡରେ ପଡି ହାଟରେ ଗ଼ଡୁଛି । ଯାହା ନିର୍ବାଚନ ପୂର୍ବରୁ ଦଳକୁ ଅଡୁଆରେ ପକାଇଛି ।

   Related Posts