କେନ୍ଦ୍ରାପଡାରେ ଲୁଣା ନଦୀ ବନ୍ଧରେ ଫାଟ ; ଗୋପାଳପୁରୁ ଗାଁର ୮ଟି ପରିବାର ଆତଙ୍କିତ

Published By : Prameya-News7 Bureau | October 07, 2018 IST

କେନ୍ଦ୍ରାପଡା ୭|୧୦:   କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗୋପାଳପୁରୁ ଗାଁ ନିକଟରେ ଥିବା ଲୁଣା ନଦୀରେ ଫାଟ । ନଦୀ ବନ୍ଧରେ ଫାଟ ହେବା ସହ ବଡ ବଡ ଗାତ ସୃଷ୍ଟି ହୋଇଛି । ଫଳରେ ନଦୀ କୂଳରେ ରହୁଥିବା ୮ଟି ପରିବାର  ଆତଙ୍କିତ ହୋଇପଡିଛନ୍ତି । ରାତିହେଲେ ଭୟରେ ଘର ଛାଡି ସ୍କୁଲ ଘରେ ଆଶ୍ରୟ ନେଉଛନ୍ତି । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ସରକାର ବିଶେଷଜ୍ଞ ଦଳ ପଠାଇ ସ୍ଥିତି ଅନୁଧ୍ୟାନ କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.