ଫୋନିରେ ଭିଜିଲେ ଶ୍ରୀଜିଉ !

Published By : Prameya-News7 Bureau | May 06, 2019 IST

ପୁରୀ ୬।୫: ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିରର ଜଗମୋହନରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ ଅଧିକ ଯାଞ୍ଚ ପରେ ଯାଇ ସବୁ କଥା ସ୍ପଷ୍ଟ ହେବ। ତେବେ କିଛି ସେବାୟତଙ୍କ କଥାକୁ ଯଦି ବିଶ୍ବାସକୁ ନିଆଯାଏ ତାହେଲେ ଜଗମୋହନରେ ଫାଟଯୋଗୁଁ ଗତ ୩ ତାରିଖ ଦିନ ଫୋନି ଲ୍ୟାଣ୍ଡଫଲ କରିବା ପରେ ବର୍ଷା ବେଳେ ମନ୍ଦିରର ଗର୍ଭଗୃହ ଭିତରକୁ ପାଣି ପଶିଛି ଓ ଶ୍ରୀଜୀଉମାନେ ଠା ଠା ଓଦା ହୋଇଛନ୍ତି। ୧୯୯୯ ମହାବାତ୍ୟା ବେଳେ ମଧ୍ୟ ଶ୍ରୀମନ୍ଦିରର କୌଣସି କ୍ଷତି ହୋଇନଥିଲା। ତେବେ ଫୋନି ସମୟରେ ଜଗମୋହନରେ ଫାଟ ସୃଷ୍ଟି ନେଇ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତ୍ୟେକ ବ​‌ର୍ଷ ରଥଯାତ୍ରା ବେଳେ ଜଗମୋହନ ଓ ଗର୍ଭଗୃହର ମରାମତି କାମ ଏଏସ୍ଆଇ କରିଥାଏ।  ତଥାପି ଜଗମୋହନରେ କିଭଳି ଫାଟ ସୃଷ୍ଟି ହେଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.