Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଖଣିଜ ତୈଳ ସନ୍ଧାନ ନେଇ ବ୍ଲାଷ୍ଟିଂ ବେଳେ ଫାଟିଲା ଘର କାନ୍ଥ, ଫସଲ ନଷ୍ଟ

23/02/2021 at 9:55 AM

ସାଲେପୁର ୨୩।୨: ଅଏଲ ଇଣ୍ଡିଆ ପକ୍ଷରୁ ଖଣିଜ ତୈଳ ସନ୍ଧାନ ନେଇ କଟକ ଜିଲ୍ଲା ସାଲେପୁର ବ୍ଲକ୍ ସିଢୋ ପଞ୍ଚାୟତ ଓ ତାର ଆଖପାଖ ଅଂଚଳରେ ପରୀକ୍ଷା କରାଯାଉଛି । ମଙ୍ଗଳବାର ସାଲେପୁର ସିଢୋରେ ବ୍ଲାଷ୍ଟିଂ କରି ପରୀକ୍ଷା କରୁଥିବାବେଳେ ବହୁ ଲୋକଙ୍କ ଘରର କାନ୍ଥ ଫାଟିଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳର କୈଳାସ ଚନ୍ଦ୍ର ବଳ ଓ ଅଜିତ ବେହରାଙ୍କ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ଏହାସହ ବହୁ ଲୋକଙ୍କ ଜମିରେ ବ୍ଲାଷ୍ଟିଂ କରିବା ଦ୍ବାରା ଫସଲ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଏନେଇ କମ୍ପାନୀର ୨ଜଣଙ୍କୁ ଗାଁ ଲୋକେ କ୍ଷତିପୂରଣ ଦାବିରେ ଅଟକ ରଖିଛନ୍ତି । ପରେ ବିଳମ୍ବିତ ରାତିରେ ଜପକୁଦ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ କ୍ଷତି ହୋଇଥିବା ଘରର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଦୁଇ କର୍ମଚାରୀଙ୍କୁ ଗାଁ ଲୋକମାନେ ଛାଡିଛନ୍ତି।

   Related Posts