Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଗଳାରେ ରଶି ଲଗାଇଥିଲେ ଯୁବକ, ଛାତିରେ ଚାପ ଦେଇ ପମ୍ପିଂକରିବାରୁ ଚାଲିଲା ନିଶ୍ବାସ

27/04/2019 at 5:04 PM

ଦୁର୍ଗ, ୨୭।୪: କାର୍ଡିଓ ପଲ୍ମନାରି ରେସସିଟିଏସନ ବା ସିପିଆରର ସଠିକ ସମୟରେ ଉପଯୋଗ କଲେ ପ୍ରାଣ ବଞ୍ଚାଇ ହେବ।  ଏହା ପୁଣି ଥରେ ପ୍ରମାଣିତ କରିଛନ୍ତି ଛତିଶଗଡ ଦୁର୍ଗ କଣ୍ଟ୍ରାକ୍ଟର କଲୋନୀର ଦୁଇ ଯୁବକ ରାକେଶ ଓ ବିକାଶ ଯାଦବ । ରାକେଶ ଦ୍ବାଦଶ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ବିକାଶ ଦଶମ ଶ୍ରେଣୀରେ ପଢନ୍ତି । ତାଙ୍କ ପଡିଶା ଘରେ ଜଣେ ଯୁବକ ଗଳାରେ ରଶି ଲଗାଇ ଆତ୍ମ ହତ୍ୟା କରିଥିଲେ। ପରିବାର ଲୋକେ ରଶି କାଟି ନିଶ୍ଚଳ ଶରୀରକୁ ତଳେ ପକାଇ କନ୍ଦା କଟା କରିବା ବେଳେ ବିକାଶ ଓ ରାକେଶ ପହଞ୍ଚି ତାଙ୍କ ଛାତିରେ ଚାପ ଦେଇ ପମ୍ପିଙ୍ଗ କରିଥିଲେ।

ପ୍ରାୟ ୨୦ ମିନିଟ ପମ୍ପିଙ୍ଗ କରିବା ସହ ଯୁବକଙ୍କ ପାଟି ଫୁଙ୍କି କୃତ୍ରିମ ଶ୍ବାସ କ୍ରିୟା କରିବାକୁ ଉଦ୍ୟମ କରିଥିଲେ ଦୁଇ ଯୁବକ । ଫଳରେ ମୃତବତ ପଡିଥିବା ଯୁବକଙ୍କ ନିଶ୍ବାସ ପ୍ରଶ୍ବାସ ପୁଣି ଚାଲିବାକୁ ଲାଗିଥିଲା । ନିଶ୍ବାସ ପ୍ରଶ୍ବାସ ଚାଲିବାରୁ ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ କେବଳ ପ୍ରାଥମିକ ଉପଚାର କରି ତାଙ୍କୁ ଘରକୁ ଛାଡି ଦିଆଯାଇଛି । ଦୁର୍ଗ କଣ୍ଟ୍ରାକ୍ଟର କଲୋନୀରେ ରହୁଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ପ୍ରେମ ପ୍ରସଙ୍ଗ ଜାଣିବା ପରେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସୁପେଲା ଥାନା ଆଇଆଇସି ଭାବେଶ ସାବ କହିଛନ୍ତି । ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସେ ପ୍ରାୟତଃ ଚାପ ଗ୍ରସ୍ତ ରହୁଥିବା ବେଳେ ଆତ୍ମହତ୍ୟା  ଉଦ୍ୟମ କରିଥିଲେ । ତେବେ  ୨ ଯୁବକ ତାଙ୍କ ପାଇଁ ଦେବଦୂତ ପାଲଟିଥିଲେ ବୋଲି କହିଛନ୍ତି ଆଇଆଇସି । 

   Related Posts