Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରିଷ୍ଠ ସିପିଏମ ନେତା କେ. ବରଦରାଜନଙ୍କ ପରଲୋକ

16/05/2020 at 10:17 PM

ଚେନ୍ନାଇ, ୧୬|୦୫: ବରିଷ୍ଠ ସିପିଆଇ ନେତା ତଥା ଦଳର କେନ୍ଦ୍ରୀୟ ସମିତି ସଦସ୍ୟ କେ. ବରଦରାଜନ ଶନିବାର ତାମିଲନାଡୁର କରୁରରେ ପ୍ରାଣ ହରାଇଛନ୍ତି । ଦଳର ରାଜ୍ୟ ଶାଖା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସିପିଏମ ରାଜ୍ୟ ସଚିବ କେ ବାଲାକୃଷ୍ଠନ କହିଛନ୍ତି ଯେ, ବରଦରାଜନ ୭୩ ବର୍ଷରେ ପ୍ରାଣ ହରାଇଛନ୍ତି । ସେ ବାର୍କଦ୍ଧ୍ୟ ଜନିତ ରୋଗରେ ଶନିବାର ଦ୍ୱିପ୍ରହରରେ ପ୍ରାଣ ହରାଇଛନ୍ତି । ବରଦରାଜନଙ୍କ ଦେହାନ୍ତ ବାମପନ୍ଥୀ ସଙ୍ଗଠନର କୃଷକ ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି ।

ବରଦରାଜନଙ୍କ ଜଣେ ପୁତ୍ର ଓ ଜଣେ କନ୍ୟା ରହିଛନ୍ତି । ତାଙ୍କ ପତ୍ନୀ ୬ ବର୍ଷ ତଳେ ପ୍ରାଣ ହରାଇଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବରଦରାଜନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ଦୀର୍ଘଦିନ ଧରି କୃଷକ ସଭାର ମହାସଚିବ ଥିବା ବରଦରାଜନ ତାମିଲନାଡୁ ତିରୁଚିରାପଲ୍ଲୀ ଜିଲ୍ଲାରେ ବିଭିନ୍ନ  ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଦଳରେ ତାଙ୍କର ଯୋଗଦାନକୁ ନେଇ ବାଲାକ୍ରିଷ୍ଠାନ କହିଛନ୍ତି ଯେ, ସେ ଏକ ସରଳ ଓ ଅମାୟିକ ଲୋକ ଥିଲେ । ତାଙ୍କ ଦେହାନ୍ତରେ ଦଳର ସମସ୍ତ କାର୍ଯ୍ୟକ୍ରମକୁ ୩ଦିନ ଯାଏଁ ସ୍ଥଗିତ ରଖାଯାଇଛି ।

   Related Posts