Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ପୁଣି ରଙ୍ଗୀନ ହେବ ରାଜଧାନୀର ରାତି

23/09/2019 at 7:44 PM

ଭୁବନେଶ୍ୱର ୨୩।୦୯ -ପୁଣି ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍ । ୭ଟି ଡ୍ୟାନ୍ସବାରକୁ ଅବକାରୀ କମିଶନର  ଅନୁମତି ଦେଇଛନ୍ତି । ତେବେ ଏହି ଡ୍ୟାନସ୍ ବାରଗୁଡ଼ିକ ଅବକାରୀ ଆଇନ୍ ୪୪(୫)ର ନିୟମକୁ ମାନିବାକୁ ଦିଆଯାଇଛି ନିର୍ଦ୍ଦେଶ ।  ବାରରେ ନିୟୋଜିତ ଡ୍ୟାନ୍ସ ଗାର୍ଲଙ୍କ ପରିଚୟ ପତ୍ର ରହିବ । ଏହିଭଳି ମୋଟ ୧୮ ଟି ସର୍ତ୍ତ ରଖାଯାଇଛି ।

ରାଜଧାନୀରେ ପୁଣି ରଂଗୀନ ହେବ ରାତି । ସୁରା ସହିତ ସାକି,  ମତୁଆଲା ହେବେ ଗ୍ରାହକ।  ପୁଣି ଖୋଲିବ ଡ୍ୟାନ୍ସବାର୍।  ୭ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇଛନ୍ତି ଅବକାରୀ କମିଶନର । ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍‌ ଖୋଲାଯିବ। ତେବେ ଏଥିରେ କଟକଣା ରଖାଯାଇଛି। ମୁଖ୍ୟତଃ ଯୌନ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ।

୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ଡ୍ୟାନ୍ସ ବାରରେ ନିୟୋଜିତ କରାଯିବନି। ଡ୍ୟାନ୍ସ ବାରରେ ନିୟୋଜିତ ଯୁବତୀଙ୍କ ପରିଚୟ ପତ୍ର ରହିବ ।ସେହିଭଳି ଡ୍ୟାନ୍ସବାରରେ ଲାଗିଥିବା ମ୍ୟୁଜିକ ସିଷ୍ଟମର ଅନୁମତି କମିସନରେଟ ପୋଲିସ ପାଖରୁ ଆଣିବାକୁ ପଡିବ । ଡ୍ୟାନ୍ସବାର ଭିତରେ ନାଚ କରୁଥିବା ଯୁବତୀ ମାନେ ସିସିଟିଭି ନଜରରେ ରହିବେ ।

 ଏଥିସହ ଯେଉଁମାନେ ଡ୍ୟାନ୍ସବାର ଭିତରେ ନୃତ୍ୟ ପରିବେଷଣ କରିବେ ସେମାନଙ୍କୁ ଡ୍ୟାନ୍ସ ବାର ବନ୍ଦ ପରେ ବାର ମାଲିକ ଘରକୁ ଯିବାପାଇଁ ଗାଡି ଯୋଗାଇଦେବେ । ଡ୍ୟାନ୍ସବାରରେ ନାଚ କରିବାକୁ ଆସୁଥିବା ଯୁବତୀମାନଙ୍କ ସମସ୍ତ ତଥ୍ୟ ଏକ ରେଜିଷ୍ଟରରେ ସେମାନଙ୍କର ପ୍ରମାଣପତ୍ର ସହ ବାର ମାଲିକ ରଖିବେ । ଏହିଭଳି ୧୮ଟି ସର୍ତ୍ତ ରଖି ଅବକାରି ବିଭାଗ ଡ୍ୟାନ୍ସବାର ଚଳାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ଡାନ୍ସ ବାରକୁ ଅନୁମତି ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଡାନ୍ସ ବାରରେ ନୃତ୍ୟ କରୁଥିବା ଯୁବତୀମାନେ ।

ଭୁବନେଶ୍ବରରେ ଡ୍ୟାନ୍ସବାର ଖୋଲିବାକୁ ଗତ ୧୦ ଅକ୍ଟୋବର ୨୦୧୯ରେ ବାରଡ୍ୟାନ୍ସ ସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏବେ ସରକାର ଅନୁମତି ଦେଇଛନ୍ତି କିନ୍ତୁ ଗ୍ରାହକ ସାବଧାନ ରହିବାକୁ କୁହାଯାଇଛି। ବାର୍ ଡ୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି ଗ୍ରାହକ।  ବାରରେ ଜାମ୍ ପରେ ଜାମ ମାରି ମତୁଆଲା ହେଇ ଘରକୁ ଫେରିବା ବେଳେ ସାବଧାନ । ଗାଡ଼ି ଚଲାଉଥିଲେ ମୋଟା ଅଙ୍କରେ ଫାଇନ ଲାଗିବ।

   Related Posts