ଟ୍ରାଫିକ ଜୋରିମାନାକୁ ବିରୋଧ କରି ସିପିଆଇଏମ ପକ୍ଷରୁ ରାସ୍ତାରୋକ

Published By : Prameya-News7 Bureau | September 09, 2019 IST

ଚୌଦ୍ବାର୯|୯: କେନ୍ଦ୍ର ସରକାରଙ୍କ ନୂତନ ମୋଟର ଯାନ ଆଇନକୁ ରାଜ୍ୟ ସରକାର ରାଜ୍ୟରେ ଲାଗୁ କରିବାନେଇ ସିପିଆଇଏମ ବିରୋଧ କରିଛି ।  ଆଜି ଦଳ ପକ୍ଷରୁ ଜାତୀୟ ରାଜପଥ ୫୫ ଓ ୧୬ର ସଂଯୋଗସ୍ଥଳ ମଙ୍ଗୁଳି ନିକଟରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି ।  

{"id":155124}

ନୂତନ ଟ୍ରାଫିକ ଆଇନ ଅନୁଯାୟୀ ଅଧିକ ଜୋରିମାନ ଆଦାୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଦଳର କର୍ମୀ ଓ ସାଧାରଣ ଲୋକ ସେଠାରେ ରାସ୍ତା ଅବରୋଧ କରି ସ୍ଲୋଗାନ ଦେବା ସହ ଆଇନରେ ଥିବା ଅତ୍ୟଧିକ ଜୋରିମାନାକୁ ହ୍ରାସ କରିବାକୁ ଦାବି କରାଯାଇଥିଲା।

{"id":155125}

ଟ୍ରାଫିକ ନିୟମ ଲାଗୁ କରିବା ପୂର୍ବରୁ ଲୋକଙ୍କୁ ସଚେତନ କରିବା ସହ କାଗଜପତ୍ର ଠିକ କରିବା ଲାଗି ସମୟ ଦେବାକୁ ଦାବି କରିଥିଲେ ଆନ୍ଦୋଳନକାରୀ।ସିପିଆଇ ଏମର ଆନ୍ଦୋଳନ ଯୋଗୁଁ ବହୁ ସମୟ ଧରି ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.