ୟେସ୍ ବ୍ୟାଙ୍କ ପୁରୀ ଶାଖା ସମ୍ମୁଖରେ CPIMର ଧାରଣା ଓ ବିକ୍ଷୋଭ, ଲଗାଯାଇଥିବା କଟକଣା ଉଠାଇବାକୁ ଦାବି

Published By : Prameya-News7 Bureau | March 11, 2020 IST

ପୁରୀ ୧୧।୩: ୟେସ୍ ବ୍ୟାଙ୍କ ଜଗନ୍ନାଥ ମନ୍ଦିରର ପାଣ୍ଠି ଜମା ରଖିବା ଓ ୟେସ ବ୍ୟାଙ୍କର ଅଶଂଧନ ବିକ୍ରିକୁ ବିରୋଧ କରିଛି ସିପିଆଇଏମ୍ । ଆଜି ଏହି ଦଳର କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ୟେସ୍ ବ୍ୟାଙ୍କ ପୁରୀ ଶାଖାରେ ଧାରଣା ଓ ବିରୋଧ ପ୍ରଦର୍ଶନ କରିଥିଲେ। ଆରବିଆଇ ବ୍ୟାଙ୍କରେ ଲଗାଯାଇଥିବା କଟକଣାକୁ ଶୀଘ୍ର ଉଠାଇବା ପାଇଁ କର୍ମୀମାନେ ଦାବି କରିଥିଲେ। ଜଗନ୍ନାଥଙ୍କ ପାଣ୍ଠି ସହ ଗରିବ ଜନସାଧାରଣଙ୍କ ଜମା ଅର୍ଥର ସୁରକ୍ଷା ଦାବି କରିଛନ୍ତି ଦଳୀୟ କର୍ମୀମାନେ ।

{"id":236607,"sizeSlug":"large"}

ଅନେକ ଗୁଡ଼ିଏ ସମବାୟ ବ୍ୟାଙ୍କ ୟେସ୍ ବ୍ୟାଙ୍କରେ ଜମା ଅର୍ଥ ରଖିବାରୁ ଗରିବ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏଣୁ ଯେଉଁମାନେ ଏଭଳି ବେଆଇନ୍ ପାଣ୍ଠି ଜମା ରଖିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି। ଏନେଇ ଏକ ଦାବିପତ୍ର ୟେସ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଖୁବଶୀଘ୍ର ମହାପ୍ରଭୁଙ୍କ ଜମା ଅର୍ଥ ଶ୍ରୀମନ୍ଦିରକୁ ଫେରି ଆସିବ ବୋଲି ସେବାୟତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.