Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାରେ ମାକପା ନେତା ଶ୍ୟାମଲ ଚକ୍ରବର୍ତ୍ତୀଙ୍କ ପରଲୋକ

6/08/2020 at 4:20 PM

କୋଲକାତା ୬।୮:  ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା) ନେତା ଶ୍ୟାମଲ ଚକ୍ରବର୍ତ୍ତୀଙ୍କର ଗୁରୁବାର କରୋନାରେ ମୃତ୍ୟୁ ହୋଇଛି। ସେ କରୋନା ସଂକ୍ରମିତ ଥିଲେ ଓ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ମଧ୍ୟାହ୍ନରେ ତାଙ୍କର ପରଲୋକ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ପରଠାରୁ ଚକ୍ରବର୍ତ୍ତୀଙ୍କୁ ମିସାଇ ବେଙ୍ଗଲର ଏପର୍ଯ୍ୟନ୍ତ ୨ ଜଣ ବଡ ରାଜନେତାଙ୍କ ମୃତ୍ୟୁ ହେଲାଣି। ଗତ ଜୁନମାସରେ ତୃଣମୂଳ କଂଗ୍ରେସ ବିଧ୍ୟାକ ତମୋନାଶ ଘୋଷ କରୋନାରେ ପ୍ରାଣ ହରାଇଥିଲେ।  

ଶ୍ୟାମଲ ଚକ୍ରବର୍ତ୍ତୀ ମୃତ୍ୟୁ ବେଳକୁ ୭୬ ବର୍ଷ ବୟସ୍କ ଥିଲେ। କରୋନା ସଂକ୍ରମିତ ହେବା ଯୋଗୁ ଅଚାନକ ଅସୁସ୍ଥ ହୋଇପଡିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୩୦ ତାରିଖ ଦିନ ସେ କରୋନା ପଜିଟିଭ୍ ଥିବା ଜଣାପଡିଥିଲେ। ଚିକିତ୍ସିତ ହେଉଥିବା ବେଳେ ମଧ୍ୟାହ୍ନରେ ଚକ୍ରବର୍ତ୍ତୀଙ୍କର ପରଲୋକ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚିତ କରାଯାଇଛି।

ଶ୍ୟାମଲ ଚକ୍ରବର୍ତ୍ତୀ ୧୯୮୨ରୁ ୧୯୯୬ ମସିହା ପର୍ଯ୍ୟନ୍ତ ୩ ଥର ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ଥିଲେ। ସେହିପରି ୨ ଥର ରାଜ୍ୟସଭାକୁ ମନୋନୀତ ହୋଇଥିବା ବେଳେ ଟ୍ରେଡ ୟୁନିୟନ ନେତା ମଧ୍ୟ ଥିଲେ। ଚକ୍ରବର୍ତ୍ତୀଙ୍କ ପରିବାର କହିଲେ ସେ ନିଜେ ଓ ତାଙ୍କ ଝିଅ ଉଷାସୀ ଚକ୍ରବର୍ତ୍ତୀ। ଉଷାସୀ ଜଣେ ଚଳଚିତ୍ର ଅଭିନେତ୍ରୀ ।      

   Related Posts