Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦର ଦାମ୍ ବୃଦ୍ଧି ନିୟନ୍ତ୍ରଣ ଓ ବିନା ମୂଲ୍ୟରେ ଟିକାକରଣ ଦାବି, CPIM ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

23/04/2021 at 5:36 PM

ନୀଳଗିରି ୨୩।୪: ୪ ଦଫା ଦାବି ନେଇ ସିପିଆଇଏମ ଦଳ ନୀଳଗିରି ଅଞ୍ଚଳ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦିନକୁ ଦିନ ଅହେତୁକ ଦର ବୃଦ୍ଧି କାରଣରୁ ମଧ୍ୟବିତ୍ତ ଓ ଗରିବ ପରିବାର ଗୁଜୁରାଣ ମେଣ୍ଟାଇବା ଅସମ୍ଭବ ହୋଇପଡିଛି। ଦରଦାମ ବୃଦ୍ଧିର ନିୟନ୍ତ୍ରଣ କରିବା ସହ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସାରର ଦର ବୃଦ୍ଧି ମଧ୍ୟ ନିୟନ୍ତ୍ରଣ କରାଯିବାକୁ ଦାବି ହୋଇଛି। ସେହିପରି ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର କରିବା ସହ କରୋନା ସଂକ୍ରମଣ ରୋକିବା ପାଇଁ ବିନା ମୂଲ୍ୟରେ ସାର୍ବଜନୀନ ଟିକାକରଣ ବ୍ୟବସ୍ଥା କରାଯାଉ। ଏହିଭଳି ୪ ଦଫା ଦାବି ନେଇ ସିପିଆଇଏମ ଦଳ ନୀଳଗିରି ଆଞ୍ଚଳିକ କମିଟି ତରଫରୁ ଏକ ପ୍ରତିନିଧି ଦଳ ଯୋଗାନନ୍ଦ ଦାଶ, ବିଜୟ ପାତ୍ର, ହେମେନ୍ଦ୍ର ସେଠୀ, ପରମାନନ୍ଦ ବେହେରା, ନାରାୟଣ ଚନ୍ଦ୍ର ଧାମୁଡିଆ ନୀଳଗିରି ଉପଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

   Related Posts