ସିପିଆଇ ମାଓବାଦୀ ସଂଗଠନ ତରଫରୁ ପ୍ରତିଷ୍ଠା ଦିବସ ପାଳିତ, ରାୟଗଡାରେ କଡା ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | September 21, 2019 IST

ରାୟଗଡା ୨୧।୯: ସିପିଆଇ ମାଓବାଦୀ ସଂଗଠନ ତରଫରୁ ପାଳନ ହେଉଛି ୧୫ତମ ପ୍ରତିଷ୍ଠା ଦିବସ । ଅସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସପ୍ତାହବ୍ୟାପୀ ପାଳନ କରିବେ ବୋଲି ସୂଚନା ମିଳିଛି । ୨୦୧୪ ମସିହା ସପ୍ଟେମ୍ବର ୨୧ ତାରିଖରେ ବିଭିନ୍ନ ନକ୍ସଲ ସଂଗଠନ ମିଳିତ ହୋଇ ସିପିଆଇ ମାଓବାଦୀ ନାମରେ ଗଠନ ହୋଇଥିଲା । ଏହା ପରଠାରୁ ପ୍ରତିବର୍ଷ ମାଓବାଦୀ ସଂଗଠନ ପ୍ରତିଷ୍ଠା ଦିବସ ପାଳନ କରୁଛି ।

{"id":160679}

ରାୟଗଡ଼। ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ସଂଗଠନର ବାସଧାରା-ଘୁମସୁର-ନାଗାବଳି ଡିଭିଜନାଲ କମିଟି ମଧ୍ୟ ଏହା ପାଳନ କରିବା ପାଇଁ ଗାଁ ଗାଁରେ ଆହ୍ବାନ କରାଯାଇଛି । ସପ୍ତାହବ୍ୟାପୀ ପାଳନ ଅବସରରେ ମାଓବାଦୀମାନେ କିଛି କାଣ୍ଡ ଭିଆଇବାର ସମ୍ଭାବନାକୁ ଏଡ଼।ଇ ହୋଇପାରୁନାହିଁ । ମାଓବାଦୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ କଡ଼। ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

{"id":160680}

ଜିଲ୍ଲାର ମାଓବାଦୀ ପ୍ରବଣ କଲ୍ୟାଣସିଂହପୁର, କାଶୀପୁର, ଦୋରାଗୁଡ଼।, ଆମ୍ବଦୋଳା, ମୁନିଗୁଡ଼।, ଚନ୍ଦ୍ରପୁର, ବିଷମକଟକ ଓ ଗୁଡ଼।ରୀ ଥାନା ଅଂଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ରାୟଗଡ଼। ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ସୀମାକୁ ସିଲ୍ କରାଯିବା ସହ ଚେକିଂ ଓ ପିକେଟିଂ ଜାରି ରହିଛି । ମୁଖ୍ୟତଃ ନିୟମଗିରି ଓ ବାସଙ୍ଗମାଳି ପାହାଡ଼ ମାଓବାଦୀଙ୍କ ଅଡ୍ଡାସ୍ଥଳୀ ହୋଇଥିବା ଯୋଗୁଁ ଅଧିକ ସଂଖ୍ୟାରେ ଏସଓଜି ଓ ସିଆରପିଏଫ ଯବାନଙ୍କୁ ସେହି ଅଂଚଳକୁ ପଠାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

{"id":160681}

ସେହିଭଳି କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଂଚଳକୁ ପୋଲିସ ତରଫରୁ ଅଧିକ ଫୋକସ କରାଯାଇଛି । ଏତଦ ବ୍ୟତୀତ ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼।କଡ଼ି କରାଯାଇଛି । ମାଓବାଦୀଙ୍କ ସମସ୍ତ ପ୍ରକାର ଯୋଜନାକୁ ପଣ୍ଡ କରିବା ପାଇଁ ଜିଲ୍ଲା ପୋଲିସ ତରଫରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିବା ଏସପି ଡଃ ଶର୍ବଣା ବିବେକ.ଏମ ସୂଚନା ଦେଇଛନ୍ତି । ସେହିଭଳି ରାତ୍ରିକାଳୀନ ସମୟରେ ଯାଂଚକୁ କଡ଼।କଡ଼ି କରାଯାଇଥିବା ଏସପି କହିଛନ୍ତି । ଗୁଇନ୍ଦା ବିଭାଗକୁ ମଧ୍ୟ ଅଧିକ ସତର୍କ କରାଇଥିବା ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.