ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ଅଭିଯୋଗ : ବଦଳି ଯାଇଛି ବିଜେଡିର ସ୍ବର

Published By : Prameya-News7 Bureau | September 29, 2019 IST

କଟକ ୨୯।୯: ସିପିଆଇ ସାଧାରଣ ସମ୍ପାଦକ ଡି ରାଜା ବିଜେଡିର ବିଜେପି ଆନୁଗତ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଜି କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡି ରାଜା କହିଛନ୍ତି, ଗତ ନିର୍ବାଚନରେ ବିଜେଡି, ବିଜେପି ସହିତ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଲଢିଥିଲା । ମାତ୍ର ହଠାତ୍ ନିର୍ବାଚନ ପରେ ବିଜେଡିର ସ୍ୱର ବଦଳି ଯାଇଛି ।

ସଂସଦରେ ସବୁ ଜନବିରୋଧୀ ପ୍ରସଙ୍ଗରେ ବିଜେଡି, ବିଜେପିକୁ ସମର୍ଥନ ଦେଉଛି । ସଂସଦ ବାହାରେ ବି ବିମୁଦ୍ରିକରଣ, ଜିଏସଟି, ୩୭୦ ଧାରା ଉଚ୍ଛେଦ, ଗୋଟିଏ ଦେଶ-ଗୋଟିଏ ଭାଷା ଆଦି ପ୍ରସଙ୍ଗରେ ବିଜେଡି ସମ୍ପୂର୍ଣ୍ଣ ଭାବେ ବିଜେପିକୁ ସମର୍ଥନ କରିଛି ବୋଲି ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଛନ୍ତି । ରାଜ୍ୟରେ ବିଜେପି ଓ ମୋଦିଙ୍କ ବିରୋଧରେ ପ୍ରଚାର କରି ଜନସମର୍ଥନ ହାସଲ କରିବା ପରେ କେନ୍ଦ୍ରରେ ବିଜେପିର ସବୁ ଜନବିରୋଧୀ ନୀତିକୁ ସମର୍ଥନ କରିବା କେତେଦୂର ଯଥାର୍ଥ ବୋଲି ଡି ରାଜା ପ୍ରଶ୍ନ କରିଛନ୍ତି ।

ଏପରିକି କୋଇଲା କ୍ଷେତ୍ରରେ ଶହେ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ବାବଦରେ ବି ଓଡିଶା ଭଳି ରାଜ୍ୟ ଚୁପ୍ ରହିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ଡି ରାଜା । କାରଣ କୋଇଲାରେ ବିଦେଶୀ ପୁଞ୍ଜି ନିବେଶ ହେଲେ ଓଡିଶା ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଡି ରାଜା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.