Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ସିପିଆଇ ସାନଖେମୁଣ୍ଡି ଅଞ୍ଚଳ ପରିଷଦ ବୈଠକ: ବହୁ ବରିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଚାଲିଥିଲା ଆଲୋଚନା

7/11/2020 at 6:55 PM

ସାନଖେମୁଣ୍ଡି୭/୧୧: ଦେଶରେ କୃଷକ ଶ୍ରମିକଙ୍କ ସମସ୍ୟା ସାଙ୍ଘାତିକ ରୂପ ଧାରଣ କରିଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରଣୟନ ଯୋଗୁଁ ଚାଷୀ ଖାଉଟି ହନ୍ତସନ୍ତ ହେଲେଣି। କର୍ପୋରେଟ ଫାର୍ମିଙ୍ଗ ଆଇନରେ ଫସଲ ଓ ଜମିରେ ଚାଷୀର ହକ ରହିବନି । ଏଣୁ ତୃଣମୂଳ ସ୍ତରରୁ ଜନ ବିରୋଧୀ କୃଷକ ଶ୍ରମିକ ବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳା ଆଇନ୍ ବିରୋଧରେ ଗଣ ସଂଗ୍ରାମ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ବୈଠକରେ ଆହ୍ୱାନ ଦିଆଯାଇଛି।

ଅକ୍ଟୋବର ବିପ୍ଳବର ଶତବାର୍ଷିକ ପାଳନ ଅବସରରେ ମହାନଳା ଠାକୁରାଣୀ ମନ୍ଦିର ପରିସରରେ ସାଥୀ ବିନାୟକ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବୈଠକ। ଏହି ବୈଠକରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଏ ଆଇ ୱାଇ ଏଫ ଜିଲ୍ଲା ସଭାପତି କାମଦେବ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଦେଶ ଓ ରାଜ୍ୟର ସାମ୍ପ୍ରତିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ପାର୍ଟିର ଶାଖା ସମ୍ମିଳନୀ ପଞ୍ଚାୟତସ୍ତରୀୟ କର୍ମୀ ସମାବେଶର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା।

ଜୋନ ସମ୍ପାଦକ କୈଳାଶ ପାତ୍ର ଅନନ୍ତ ମହାଙ୍କୁଡ ସୁଶାନ୍ତ ସ୍ୱାଇଁ ଗୌରଚନ୍ଦ୍ର ପାତ୍ର ଏ କ୍ରିଷ୍ଣାମୂର୍ତ୍ତି ପାତ୍ର ଏ ନରେନ୍ଦ୍ର ରେଡି ଅଭିରାମ ପଟନାୟକ ଭାସ୍କର ମହାରଣା କଂଗ୍ରେସ ଗୌଡ଼ ଦେବରାଜ ଗୌଡ଼ ନାରାୟଣ ନାହାକ ବୃନ୍ଦାବନ ମହାଙ୍କୁଡ ରବୀନ୍ଦ୍ର ପ୍ରଧାନ ପ୍ରମୋଦ ନାୟକ ବି ହାଡ଼ିଆ ରାଓ ଉଦୟନାଥ ମଳିକ ସନ୍ତୋଷ ସ୍ୱାଇଁ ଜି ସନ୍ତୋଷ କୁମାର ପାତ୍ର ପ୍ରମୁଖ ସାନଖେମୁଣ୍ଡି ଅଞ୍ଚଳର ଜନସମସ୍ୟା ସହ ଦଳୀୟ ସାଙ୍ଗଠନିକ ଆଲୋଚନା କରିଥିଲେ।

   Related Posts