Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ହାଇଦର ଫେରାର୍ ପରେ ବଢିଲା ଆଲର୍ଟ, ବିଭିନ୍ନ ଜିଲ୍ଲାର ଏସ୍ପିଙ୍କୁ ସିପିଙ୍କ କଡ୍ଡା ତାଗିଦ୍

11/04/2021 at 8:40 AM

କଟକ ୧୧/୪: ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ପରେ ବଢିଛି ତପ୍ତରତା । ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏସପିଙ୍କୁ ମଧ୍ୟ ଜାଗ୍ରତ ରହିବାକୁ କୁହାଯାଇଛି । ସିସିଟିଭି ଫୁଟେଜ ଓ ସୁରକ୍ଷା କର୍ମୀଙ୍କ ମତ ଅପେକ୍ଷା ହାଇଦର ର ଅତୀତ ଓ ବର୍ତ୍ତମାନର ସଂପର୍କକୁ ଖୋଜାଚାଲିଛି ।

କମିଶନରେଟ ପୋଲିସର ଦକ୍ଷ ଅଫିସରମାନଙ୍କୁ ନେଇ ଯୋଜନା ମଧ୍ୟ ହୋଇଛି । ଆଶା କରୁଛୁ ହାର୍ଡକୋର କ୍ରିମିନାଲ ହାଇଦରକୁ ଆମେ ଖୁବ୍ ଶୀଘ୍ର ଠାବ କରିବୁ ।ଗତକାଲି ସୁରକ୍ଷାକର୍ମୀଙ୍କ ଆଖିରେ ସାନିଟାଇଜର ସ୍ପ୍ରେ କରି ଚମ୍ପଟ ମାରିଥିଲା କୁଖ୍ୟାତ ଅପରାଧୀ ହାଇଦର । ୧୨ ଦିନ ତଳେ ହାଇଦରକୁ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେପଟେ ହସ୍ପିଟାଲରୁ ଯେତେବେଳେ ଏଭଳି ଗ୍ୟାଙ୍ଗଷ୍ଟାର ଫେରାର୍ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । କୁହାଯାଉଛି ହାଇଦରକୁ ଜଗିଥିବା ଜଣେ ମାତ୍ର ସୁରକ୍ଷାକର୍ମୀଙ୍କୁ ଅଚେତ୍ ଅବସ୍ଥାରେ ଠାବ କରାଯାଇଥିଲା । ଏବେ ହାଇଦରକୁ ଧରିବା ପାଇଁ କଟକ ସହରର ସମସ୍ତ ପ୍ରବେଶ ପଥ ସିଲ୍ କରି ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ପୋଲିସ । ୨୦୦୯ରେ ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିଲା ହାଇଦର । କେନ୍ଦୁଝର ଖଣି ବେପାରୀ ରଶ୍ମୀ ମହାପାତ୍ର ହତ୍ୟା ମାମଲାରେ ମଧ୍ୟ ଥିଲା ହାଇଦରର ହାତ । ହତ୍ୟା ମାମଲାରେ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହାଇଦର କାଟୁଥିଲା ଆଜୀବନ ଜେଲ ଦଣ୍ଡ । ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଥିଲା ହାଇଦର । ତେବେ କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।

   Related Posts