Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମିଠା ଦୋକାନୀ ହତ୍ୟା ମାମଲା : ହୋଇଥିଲା ୫୦ହଜାରର ଡିଲ୍, ୧୦ହଜାରରେ ମାରିଦେଲେ

12/10/2020 at 1:23 PM

ଭୁବନେଶ୍ୱର ୧୨।୧୦: ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ମାମଲା । ଶମ୍ଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ୨ ଅଭିଯୁକ୍ତଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ମିଠା ଦୋକାନୀ ହତ୍ୟା ଘଟଣାରେ ଆଉ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୁପାରୀ କିଲର ଶ୍ରୀତିକ ବିଶ୍ବାଳ ରହିଛି । ଯିଏକି ହତ୍ୟା କରିବା ପାଇଁ ୧୦ ହଜାର ଟଙ୍କା ନେଇଥିଲେ । ପୂର୍ବରୁ ୫୦ ହଜାର ଟଙ୍କାରେ  ଶମ୍ଭୁ ସାହୁଙ୍କ ହତ୍ୟା ପାଇଁ ଡିଲ୍ ହୋଇଥିଲା । ତେବେ ହତ୍ୟାକାଣ୍ଡ ଦିନ ବାଇକ୍ ଚଲାଉଥିଲା ଆଶୁତୋଷ ମହାନ୍ତି ।

ସେହିପରି ଖଣ୍ଡା ଧରି ବାଇକ୍‌ରେ ବସିଥିଲା ସୁପାରି କିଲର ଶ୍ରୀତିକ ବିଶ୍ବାଳ । ହତ୍ୟାକାଣ୍ଡ ପରେ ଶ୍ରୀତିକ ଓ ଆଶୁତୋଷ ଫେରାର ହୋଇଯାଇଥିଲେ । ପ୍ରଥମେ ବ୍ରହ୍ମପୁର ଓ ପରେ କନ୍ଧମାଳର ତୁମୁଡିବନ୍ଧ ଅଞ୍ଚଳରେ ଯାଇ ଲୁଚି ରହିଥିଲେ । ତୁମୁଡୁବନ୍ଧରୁ ଉଭୟଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ପୂର୍ବରୁ ଶ୍ରୀତିକ ନାଁରେ ୨୦ରୁ ଅଧିକ ମାମଲା ରହିଛି । ଲିଙ୍ଗରାଜ ଓ ଧଉଳି ଥାନା ଅଞ୍ଚଳ ଥିଲା ଶ୍ରୀତିକର ଚରାଭୂଇଁ । ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ ୨ ବାଇକ୍ ଜବତ ହୋଇଛି । ହତ୍ୟାକାରୀଙ୍କୁ ଠାବ କରିବାରେ ସଫଳ ହୋଇଥିଲା ସ୍ପୋଶାଲ ସ୍କାଡ୍

   Related Posts