Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଜରୁରୀ ସେବାପାଇଁ ଦରକାର ନାହିଁ ସ୍ବତନ୍ତ୍ର ପାସ୍‌, ଟ୍ବିନ୍‌ ସିଟିରେ ୬୮ଟି ଚେକ୍‌ ପୋଷ୍ଟ, କଡାକଡି କରାଯିବ ପାଟ୍ରୋଲିଂ : ସଟ୍‌ଡାଉନ୍‌ ନେଇ ସିପିଙ୍କ ପ୍ରେସମିଟ୍‌

23/04/2021 at 5:26 PM

ଭୁବନେଶ୍ବର ୨୩/୦୪ : ଆଜି ରାତି ୯ଟା ରୁ ରାଜ୍ୟରେ ଆରମ୍ଭ ହେଉଛି କର୍ଫ୍ୟୁ । ଆସନ୍ତା ସୋମବାର ଭୋର ୫ଟା ଯାଏଁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ସହ ଶନିବାର ଓ ରବିବାର ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ତେବେ ଏହାକୁ ନେଇ ପ୍ରେସମିଟ୍ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଟ୍ବିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ପାଳନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ସିପି । ଏହା ସହିତ ଟ୍ବିନ୍‌ ସିଟିରେ ମୋଟ ୬୮ଟି ସ୍ଥାନରେ ଚେକିଂ କଡାକଡି କରାଯିବ । ଏଥି ମଧ୍ୟରୁ କଟକ​‌ରେ ୨୫ଟି ଏବଂ ଭୁବନେଶ୍ବରରେ ୪୩ଟି ସ୍ଥାନରେ ଚେକ୍‌ ପୋଷ୍ଟ କରାଯାଇଛି । ଚେକ୍‌ ପୋଷ୍ଟମାନଙ୍କରେ ଚେକିଂକୁ ବ୍ୟାପକ କରାଯିବ ।  

ଦୈତ୍ୟ ନଗରୀରେ ପାଟ୍ରୋଲିଂ କଡାକଡି କରାଯିବ । ଡିସିପି, ଏସିପି ଏବଂ ପୋଲିସ ଅଧିକାରୀମାନେ ଲଗାତାର ଭାବେ ପାଟ୍ରୋଲିଂ ଜାରି ରଖିବେ । ଅମାନିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦରକାର ପଡିଲେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ତେବେ ସଟ୍‌ଡାଉନ୍‌ ଏବଂ ନାଇଟ୍‌କର୍ଫ୍ୟୁ ବେଳେ ଜରୁରୀ ସେବାକୁ ଅନୁମତି ମିଳିଛି । ଆବଶ୍ୟକୀୟ କାଗଜପତ୍ର ତଥା କାରଣ ଦର୍ଶାଇ ଜରୁରୀ କାର୍ଯ୍ୟ​‌ରେ ନିୟୋଜିତ ବ୍ୟକ୍ତିମାନେ ଯାତାୟତ କରିପାରିବେ । ​‌ଜରୁରୀ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ କୌଣସି ସ୍ବତନ୍ତ୍ର ପାସ୍‌ର ବ୍ୟବସ୍ଥା କରାଯାଇନାହିଁ ବୋଲି ସିପି କହିଛନ୍ତି ।

   Related Posts