ବାଲିପାଟଣାରେ ମାତିଛନ୍ତି ଗାଈ, ଛେଳି ଏବଂ ମେଣ୍ଢା ଚୋର

Published By : Prameya-News7 Bureau | May 12, 2020 IST

ବାଲିପାଟଣା୧୨/୫: ବାଲିପାଟଣା ଅଞ୍ଚଳରେ ଚୋରଙ୍କ ଉତ୍ପାତ କମିବାର ନା ଧରୁନି । ବିଶେଷକରି ଛେଳି, ମେଣ୍ଢା, ଗାଈ ଚୋର ମାତିଛନ୍ତି ଏହି ଅଞ୍ଚଳରେ । ବିଳମ୍ବିତ ରାତ୍ରିରେ ଚାରି ଚକିଆ ଗାଡ଼ି ଲଗାଇ ଛେଳି, ମେଣ୍ଢା, ଗାଈ ଚୋରି କରି ନେଉଛନ୍ତି ଚୋର । ଗତ ରାତିରେ ପୁଣି ଛେଳି ଚୋରୀ ହୋଇଛି । ବାଲିପାଟଣା ଥାନା ଚଣାହଟ୍ଟା ଗ୍ରାମର ଭାଗବତ ଭୋଇଙ୍କର ବିଳମ୍ବିତ ରାତି ପାଖାପାଖି ୧ଟା ୩୦ ମିନିଟରେ ୧୨ ଗୋଟି ଛେଳି ଚୋରି କରି ନେଇଛନ୍ତି ଚୋର । ଏକ ପିକ୍ଅପ୍ ଭ୍ୟାନ୍ ଏବଂ ଏକ କାର୍ ରେ ଆସିଥିଲେ ଚୋର ବୋଲି ପ୍ରକାଶ କରିଛନ୍ତି ଭାଗବତ । ଏ ନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ପରେ ୧୪୦/୨୦ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବାଲିପାଟଣା ପୋଲିସ୍ ।

ଅନ୍ୟ ଏକ ଘଟଣାରେ ବାଲିପାଟଣା ଥାନା ପାଣିକଟା ଗ୍ରାମରେ ଗାଈ ଚୋରି କରିବାକୁ ଆସି ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ଚୋରମାନେ ଫେରାର୍ ହୋଇଯାଇଛନ୍ତି । ଚୋର ମାନଙ୍କୁ ଦେଖି ବୃଦ୍ଧା ଜଣକ ଚିତ୍କାର କରିବାରୁ ଚୋରମାନେ ତାଙ୍କୁ ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.