CoWIN ଗ୍ଲୋବାଲ୍‌ କନକ୍ଲେଭ୍‌: ପ୍ରଧାନମନ୍ତ୍ରୀଙ୍କ ଘୋଷଣା, କହିଲେ- ଅନ୍ୟ ଦେଶକୁ ମାଗଣାରେ ମିଳିବ ‘କୋଓ୍ବିନ୍‌ ପ୍ଲାଟଫର୍ମ’ର ସୁବିଧା

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ ୫/୦୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଓ୍ବିନ୍‌ ଗ୍ଲୋବାଲ୍‌ କନକ୍ଲେଭ୍‌କୁ ସମ୍ବୋଧନ କରିବା ସହ ମହାମାରୀ ବିରୋଧୀ ଲଢ଼େଇରେ ଡିଜିଟାଲ୍‌ ପ୍ଲାଟଫର୍ମ କୋଓ୍ବିନ୍‌ର ଭୂମିକା ସମ୍ପର୍କରେ କହିଛନ୍ତି। ଏହା ସହ ଏହି ପ୍ଳାଟଫର୍ମକୁ ବିଶ୍ବ ସ୍ତରରେ ପହଞ୍ଚାଯିବ ବୋଲି କହିଛନ୍ତି ମୋଦୀ । ଆଜିର ଏହି କନକ୍ଲେଭ୍‌ରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏବଂ କୋଓ୍ବିନ୍‌ ପୋର୍ଟାଲର ସିଇଓ ଆରଏସ ଶର୍ମା ମଧ୍ୟ ସାମିଲ୍‌ ହୋଇଥିଲେ। ମହାମାରୀ କରୋନାରୁ ରକ୍ଷା ପାଇଁ ବ୍ୟବହାର ହେଉଥିବା ଡିଜିଟାଲ୍‌ ପ୍ଲାଟଫର୍ମ କୋଓ୍ବିନ୍‌କୁ ଅନ୍ୟ ଦେଶରେ କାର୍ଯ୍ୟକ୍ଷମ କରାଇବା ଉପରେ କନକ୍ଲେଭରେ କହିଛନ୍ତି ମୋଦୀ।

କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ୟୁଗାଣ୍ଡା ସମେତ ପାଖାପାଖି ୫୦ ଦେଶରେ ଟିକାକରଣ ଅଭିଯାନ ପାଇଁ କୋଓ୍ବିନ୍‌କୁ ବ୍ୟବହାର କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି। କନକ୍ଲେଭ୍‌ରେ ମୋଦୀ କହିଛନ୍ତି, ‘ଭାରତୀୟ ସଭ୍ୟତା ସମଗ୍ର ବିଶ୍ବକୁ ଏକ ପରିବାର ରୂପେ ଦେଖୁଛି। ମହାମାରୀ ସମୟରେ ଲୋକମାନେ ଏହାକୁ ଅନୁଭବ କରିଥିବେ। ତେଣୁ କୋଭିଡ୍‌ ଟିକାକରଣ ପାଇଁ ଆମ ଡିଜିଟାଲ୍‌ ପ୍ଲାଟଫର୍ମ CoWIN ଓପନ୍ ସୋର୍ସ ଭାବେ ବିକଶିତ କରାଯାଉଛି।’ ଏହା ସହ ସେ ଆହୁରି କହିଛନ୍ତି, ମହାମାରୀରୁ ମୁକ୍ତି ପାଇବାକୁ ହେଲେ ଟିକାକରଣ ଏକ ଭଲ ବିକଳ୍ପ। ଏହାକୁ ନଜରରେ ରଖି କେବଳ ଭାରତରେ ଡିଜିଟାଲ୍‌ର ସାହାରା ନିଆଯାଇଛି।  ଟିକାକରଣକୁ ଆହୁରି ଦୃଢ଼ କରିବା ପାଇଁ କୋଓ୍ବିନ୍‌କୁ ଏକ ଓପନ ସୋର୍ସରେ ଖୁବଶୀଘ୍ର ପରିଣତ କରାଯିବ ବୋଲି ମୋଦୀ କହିଛନ୍ତି।

ବିଶ୍ବ ସ୍ତରରେ କୋଓ୍ବିନ୍‌ ବ୍ୟବହାରକୁ ପ୍ରଧାନମନ୍ତ୍ରୀ ଅନୁମତି ଦେବା ପୂର୍ବରୁ ଏହାକୁ ନେଇ ବିଶ୍ବରେ ଚର୍ଚ୍ଚା ଜୋର ଚାଲିଛି।  ଏହା ଦ୍ବାରା ଜନସଂଖ୍ୟାରେ ଦ୍ବିତୀୟ ବୃହତ୍ତ ଦେଶ ଭାରତରେ ଟିକାକରଣରେ କୌଣସି ପ୍ରକାର ଅସୁବିଧା ହେଉନଥିବା ନେଇ ଅନ୍ୟ ଦେଶ ଏହାକୁ ଖୁବ ପ୍ରଶଂସା କରୁଛନ୍ତି। ପାଖାପାଖି ୫୦ ଦେଶ ଏବେ କୋଓ୍ବିନ୍‌ ଆପ୍‌କୁ ଟିକାକରଣ ଅଭିଯାନରେ ଉପଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

wp:embed {"url":"https://twitter.com/ANI/status/1411985420909355010","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1411985420909355010
/wp:embed

କିଛି ଦିନ ପୂର୍ବରୁ କୋଓ୍ବିନ୍‌ର ଓପନ ସୋର୍ସ ଭର୍ଜନ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦେଶ ଦେଇଥିଲେ। ଏହା ସହ ଯେଉଁ ଦେଶକୁ ଏହାର ଆବଶ୍ୟକତା ଅଛି ସେମାନଙ୍କୁ ମାଗଣାରେ ଏହାକୁ ଯୋଗାଇଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ। ସେତେବେ​‌ଳେ ହିଁ ୫ ଜୁଲାଇରେ ଗ୍ଲୋବଲ୍‌ କନକ୍ଲେଭ୍‌ ଆୟୋଜନ କରିବାକୁ ସ୍ଥିର କରିବା ସହ କୋଓ୍ବିନ୍‌ ବ୍ୟବାହର କରିବାକୁ ଚାହୁଁଥିବା ଦେଶଗୁଡ଼ିକୁ ଓପନ ସୋର୍ସ ଭର୍ଜନର ବ୍ୟବହାର କେମିତି ହେବ ସେନେଇ ସବିଶେଷ ବିବରଣୀ ଦିଆଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.